Home ଓଡ଼ିଶା ସଂପର୍କ ଫର ସମର୍ଥନ : ବଳ କଷି ହେଇଯିବ ନେତାଙ୍କର!

ସଂପର୍କ ଫର ସମର୍ଥନ : ବଳ କଷି ହେଇଯିବ ନେତାଙ୍କର!

164

ବଳ କଷି ହେଇଯିବ ନେତାଙ୍କର!
ଭୁବନେଶ୍ୱର ୧୦ ଜୁନ୍ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ବିଜେପି ପକ୍ଷରୁ (ସଂପର୍କ ଫର ସମର୍ଥନ) ‘ସମର୍ଥନ ପାଇଁ ସମ୍ପର୍କ’ ଅଭିଯାନ ଆରମ୍ଭ ହୋଇଛି।ଏହି ଅଭିଯାନରେ ବିଜେପି ନେତାମାନେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତକରି କେନ୍ଦ୍ର ସରକାରଙ୍କର ଗତ ୪ବର୍ଷର ସଫଳତା ସମ୍ପର୍କରେ ଅବଗତ କରାଉଛନ୍ତି।ଏହି କ୍ରମରେ ବିଜେପି ସଭାପତି ଅମିତ ଶାହା ପୂର୍ବତନ ସେନାଧ୍ୟକ୍ଷ ଦଲବୀର ସିଂହ ସୁହାଗଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି।ଏହା ସହ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ, ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଆଦି ପରି ବ୍ୟକ୍ତିଙ୍କୁ ଭେଟିଥିବା ବେଳେ ସ୍ଵାସ୍ଥ୍ୟବସ୍ଥା କାରଣରୁ ଲତା ମଙ୍ଗେସକରଙ୍କୁ ଭେଟିପାରି ନାହାଁନ୍ତି।ଏଭଳି ଭାବେ ସେ ବ୍ୟକ୍ତିଗତ ଭାବେ ୫୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଅମିତ ଶାହାଙ୍କ ବ୍ୟତୀତ ବିଜେପିର ସମସ୍ତ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ ଦଳୀୟ ନେତାଙ୍କୁ ମିଶାଇ ପ୍ରାୟ ୪ ହଜାର କାର୍ଯ୍ୟକର୍ତ୍ତା ଦେଶର ଲକ୍ଷାଧିକ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତକରି ସରକାରଙ୍କ ସଫଳତା ଜଣାଇବାର କାର୍ଯ୍ୟକ୍ରମ ରହିଛି।ଏହା ସହ ମୋଦୀ ସରକାରଙ୍କ ୪ ବର୍ଷ ଶାସନର ଉପଲବ୍ଧି ସମ୍ବଦ୍ଧିତ “ସାଫ ନିୟତ ସହି ବିକାଶ” ଏକ ପୁସ୍ତିକା ପ୍ରଦାନ କରାଯାଉଛି।

କେନ୍ଦ୍ରୀୟ ଯୋଜନା ଅନୁଯାୟୀ ଏହା ଓଡ଼ିଶାରେ ମଧ୍ୟ କାର୍ଯ୍ୟକାରୀ ହେବ।କେହି କେହି ଆରମ୍ଭ ମଧ୍ୟ କଲେଣି।ଓଡ଼ିଶା ପାଇଁ ଓଡ଼ିଆ ଭାଷାରେ ଅନୁବାଦିତ ପୁସ୍ତିକା ପ୍ରସ୍ତୁତ ସରିଲାଣି।ଏବେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ବିଜେପି ପକ୍ଷରୁ ବିଭିର୍ଣ୍ଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ, ବିଭିର୍ଣ୍ଣ ଥାନାରେ ମାମଲା ରୃଜୁ କରିବା ଆଦିର କାର୍ଯ୍ୟକ୍ରମ ରହିଛି।ସମ୍ଭବତଃ ତା’ ପରେ ଓଡ଼ିଶାରେ ବିଜେପି “ସମ୍ପର୍କ ଫର ସମର୍ଥନ” କାର୍ଯ୍ୟକ୍ରମ ଆରମ୍ଭ କରିବ।ଏହି କାର୍ଯ୍ୟକ୍ରମ ଅନୁଯାୟୀ ନିଜ ନିଜ ଅଞ୍ଚଳରେ ସମାଜରେ ପ୍ରତିଷ୍ଠିତ, ବୟୋଜ୍ୟେଷ୍ଠ, ବିଶିଷ୍ଟ ବ୍ୟକ୍ତିଙ୍କୁ ତାଙ୍କ ଘରେ ଯାଇ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବା ସହ ବିଜେପି ପ୍ରତି ସମର୍ଥନ ହାସଲ କରିବା ମୁଖ୍ୟ ଉଦ୍ଦେଶ୍ୟ।

ତେବେ ଏହି ଯୋଜନା ଓଡ଼ିଶାରେ କିପରି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା।କାରଣ ବିଜେପିର ଏବେ ସବୁ ଯେଉଁ କାର୍ଯ୍ୟକ୍ରମ ଗୁଡିକ ଚାଲିଥିଲା ତାହା ସବୁ ସାମୁହିକ କାର୍ଯ୍ୟକ୍ରମ ଥିଲା।ବିଜେପିର କିଛି ନେତା ଏହିପରି ସାମୁହିକ ତଥା ସାଙ୍ଗଠନିକ କାର୍ଯ୍ୟକ୍ରମ ଗୁଡିକରୁ ନିଜ ନିଜର ଫାଇଦା ଖୋଜିବାରେ ବ୍ୟସ୍ତ ରହୁଥିଲେ।ଯେ କୌଣସି କାର୍ଯ୍ୟକ୍ରମ ହେଲେ ନିଜ ନିଜର ଜୟକାର କରାଇବା ସହ ନିଜ ନିଜର ଫଟୋକୁ ପୋଷ୍ଟରରେ ଚାପି ପକାଉଥିଲେ।ସାଙ୍ଗଠନିକ କାର୍ଯ୍ୟକ୍ରମରେ ସଙ୍ଗଠନ ପ୍ରଚାର ଅପେକ୍ଷା ନିଜ ନିଜର ପ୍ରଚାର କରାଉଥିଲେ।କିନ୍ତୁ ଏ “ସମ୍ପର୍କ ଫର ସମର୍ଥନ” ଅଭିଯାନ ସଂପୂର୍ଣ୍ଣ ଭିର୍ଣ୍ଣ।ନିଜ ନିଜ ଅଞ୍ଚଳରେ ନେତା ମାନଙ୍କର କେତେ ସଂପର୍କ ତାର ପରୀକ୍ଷାର ବେଳ।ଜଣେ ନେତାଙ୍କୁ ଅନ୍ୟୁନ୍ୟ ୨୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବାର ଟାର୍ଗେଟ ରହିଥିବା ଜଣାପଡ଼ିଛି।ଏହା କିଛି ଗୋଟେ ଛୋଟ ଯୋଜନା ନୁହେଁ।ବାସ୍ତବରେ ଯଦି ଓଡ଼ିଶା ବିଜେପି ନେତାମାନେ ଏପରି କରି ପାରନ୍ତି, ତେବେ ଏହା ଓଡ଼ିଶାରେ ମଧ୍ୟ ବିଜେପି ପାଇଁ ଖୁବ୍ ଲାଭ ଦାୟକ ହେଇପାରେ।ସମ୍ମିଳନୀ କରି ସଭା କରିବା ଭିର୍ଣ୍ଣ।କିନ୍ତୁ ଓଡ଼ିଶା ବିଜେପିର ନେତାମାନେ ନିଜ ନିଜ ଅଞ୍ଚଳରେ କେତେ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ସଂପର୍କ ରଖିପାରି ସାକ୍ଷାତ କରି ବିଜେପି ପାଇଁ ସମର୍ଥନ ହାସଲ କରି ପାରୁଛନ୍ତି, କାହାର ପରିବା ପଣିଆ କେତେ ତାହା ଏବେ ଜଣାପଡ଼ିଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.