Home ଜିଲ୍ଲା ପରିକ୍ରମା ସଂଚୟ ପକ୍ଷ ୨୦୨୫ ପାଳନ ଅବସରରେ ସୁକନ୍ୟା ସମୃଦ୍ଧି ସଚେତନତା ଓ ଖାତା ଖୋଲା ଶିବିର

ସଂଚୟ ପକ୍ଷ ୨୦୨୫ ପାଳନ ଅବସରରେ ସୁକନ୍ୟା ସମୃଦ୍ଧି ସଚେତନତା ଓ ଖାତା ଖୋଲା ଶିବିର

35

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସଂଚୟ ପକ୍ଷ ପାଳନ ଅବସରରେ ଏକ ସୁକନ୍ୟା ସମୃଦ୍ଧି ସଚେତନତା ଓ ଖାତା ଖୋଲା ଶିବିର ଆୟୋଜିତ ହୋଇଯାଇଛ ବାସୁଦେବପୁର ବ୍ଳକ ର ଚୂଡ଼ାମଣି ଆଡିଆ ପ୍ରାଥମିକ ବିଦ୍ୟାଳୟ ଓ କେ ସି ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ। ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଡାକ ମୁଖ୍ୟ ଅଧିକାରୀ, ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ, ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ପଦ୍ମନ୍ କୁମାର ରାୟ ଓ କେ ସି ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ସୁକନ୍ୟା ଆକାଉଂଟ ଖୋଲା ଯିବା ସହ ଏଠାରେ ଆଧାର ଶିବିର ମଧ୍ୟ ଆୟୋଜିତ ହୋଇଥିଲା ଓ ନୂଆ ଆଧାର ଆବେଦନ ଓ ସୁଧାର କରିଥିଲେ। ଏହି ଶିବିରରେ ଚୂଡ଼ାମଣି କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଅଭିଭାବକ, ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକର ଅଭିଭାବକ ଓ ଅଙ୍ଗନୱାଡ଼ି କର୍ମକର୍ତା ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ମାନେ ସୁକନ୍ୟା ସମୃଦ୍ଧି ଯୋଜନାର ଉପକାରିତା ସଂପର୍କରେ ଅଭିଭାବକ ମାନଙ୍କୁ ଅବଗତ କରାଇବା ସହ ଅଧିକରୁ ଅଧିକ ବ୍ୟକ୍ତି ନିଜ ଶିଶୁ କନ୍ୟା ପାଇଁ ସୁକନ୍ୟା ଖାତା ଖୋଲିବା ପାଇଁ ଅନୁପ୍ରାଣିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.