Home ଜିଲ୍ଲା ପରିକ୍ରମା ସଂଘର୍ଷ ବିନା ଜୀବନ ମୂଲ୍ୟହୀନ-ଭବାନୀ ମହାପାତ୍ର , ଇଲେକ୍ଟ୍ରିସିଆନ୍ ସଂଘର ସପ୍ତମ ବାର୍ଷୀକ ଉତ୍ସବ

ସଂଘର୍ଷ ବିନା ଜୀବନ ମୂଲ୍ୟହୀନ-ଭବାନୀ ମହାପାତ୍ର , ଇଲେକ୍ଟ୍ରିସିଆନ୍ ସଂଘର ସପ୍ତମ ବାର୍ଷୀକ ଉତ୍ସବ

22

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂଘର୍ଷ ବିନା ଜୀବନର ମାନେ କିଛି ନାହିଁ । କିନ୍ତୁ ନିଜ ଜୀବନକୁ ବାଜି ଲାଗାଇ ଯେଉଁ ଇଲେକ୍ଟ୍ରିସିଆନମାନେ ଆମକୁ ଜରୁରୀ ସମୟରେ ଅନ୍ଧକାରରୁ ମୁକ୍ତି ଦେଇ ଆଲୋକ ପ୍ରଦାନ କରିଥାନ୍ତି ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । ସେମାନଙ୍କ ସଂଘର୍ଷମୟ ଜୀବନରେ ଈଶ୍ୱର ଆଲୋକ ଭରି ଦିଅନ୍ତୁ ବୋଲି ଜିଲ୍ଲା ଇଲେକ୍ଟ୍ର୍ରିସିଆନ ସଂଘର ୭ମ ବାର୍ଷୀକ ଉତ୍ସବ ଓ ବନ୍ଧୁ ମଳିନ ଉସବବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସଂଘର ସଭାପତି ବସନ୍ତ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଲବମ ଷ୍ଟାର ଅଭିଜିତ ମୁଖାର୍ଜୀ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ର ଯୋଗଦେଇଥିଲେ । ଶ୍ରୀ ମହାପାତ୍ର ନିଜ ଜୀବନରେ କରୋନା ସମୟରେ ସମଗ୍ର ଦୋବାସୀଙ୍କ ଯନ୍ତ୍ରଣାଦାୟକ ଜୀବନ ଶୈଳୀ ଉପରେ ବକ୍ତବ୍ୟ ରଖିବା ସହ ଏହି ସମୟରେ ଇଲେକ୍ଟ୍ରିସିଆନମାନଙ୍କର ଭୂମିକାର ଗୁରୁତ୍ୱ କ’ଣ ଥିଲା, ତାହା ସମସ୍ତେ ଅନୁଭବ କରିଛନ୍ତି । ସମଗ୍ର ଦେଶ ଠପ ହୋଇଯାଇଥିବାବେଳେ, ସେମାନେ ନିଜ କର୍ତ୍ତବ୍ୟ ସମ୍ପାଦନ କରି ଚାଲିଥିଲେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ହେମନ୍ତ ସ୍ୱାଇଁ, ରାମକଷ୍ଣ ପୃଷ୍ଟି, ଶ୍ରାବଣୀ କିନ୍ନର, ଉପଦେଷ୍ଟା ଶ୍ରୀକାନ୍ତ ପଣ୍ଡା, ନରେଶ ଗୁପ୍ତା, ସପନ ନାୟକ, ରମେଶ ଗୁପ୍ତା, ଆଶିଶ ଫୋଗଲା, ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଉକ୍ତ ଉତ୍ସବରେ ରଂଜନ କୁମାର ପଣ୍ଡା ସମ୍ପାଦକୀୟ ବିବରଣୀ ରଖିବା ସହ ସଂଯୋଜନା କରିଥିଲେ । ସଭାପତି ଆଶୁତୋଷ ନନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଏହି ଉତ୍ସବରେ କଳାକାର ଚକ୍ରଧର ନାୟକ, ପ୍ରିୟା କିନ୍ନରଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.