Home ଜିଲ୍ଲା ପରିକ୍ରମା ସଂଘର୍ଷମୟ ଜୀବନର ନାୟକ ରାମନାରାୟଣ ରାୟ

ସଂଘର୍ଷମୟ ଜୀବନର ନାୟକ ରାମନାରାୟଣ ରାୟ

17

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ଗଡସାହି ଗ୍ରାମର ବିଶିଷ୍ଟ ଗାନ୍ଧିବାଦୀ ତଥା ଆଧ୍ୟାମିôକବାଦୀ ମଣିଷ ରାମନାରାୟଣ ରାୟଙ୍କ ୯୦ ତମ ଜନ୍ମ ଜୟନ୍ତି ଉତ୍ସବ ପାଳିତ ହୋଇଯାଇଛି । ହେମପଦ୍ମ ଗାଲାକ୍ସି ଠାରେ ଅନୁଷ୍ଠିତ ସଭାକୁ ପୂର୍ବତନ ସରପଚଂ ରବିନ୍ଦ୍ର କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏଥିରେ ବରିଷ୍ଠ ବିଜେଡିନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଲେ, ଆଗରପଡାର ଗାନ୍ଧୀ ରାମନାରାୟଣ ବାବୁ ଏପରୁ ଜଣେ ବ୍ୟକ୍ତିତ୍ୱ ଥିଲେ ଯାହାଙ୍କୁ ଦୂରରୁ ଦେଖିଲେ ସମ୍ମାନ ଭାବ ଆସିଯାଏ । ତାଙ୍କ ଠାରୁ ସମାଜ ସଂସ୍କାର ଦିଗରେ ଅନେକ କିଛି ଶିଖିବାର ଥିବା ବେଳେ ପରିଚୟ ପାଇଁ କ୍ଷମତା ଏକମାତ୍ରା ରାସ୍ତା ନୁହେଁ ଯାହା ଶ୍ରୀ ରାୟଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଅଟେ । ଅନ୍ୟତମ ଅତିଥି ଭାବେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ତାଙ୍କ ବକ୍ତବ୍ୟରେ ସଂଘର୍ଷମୟ ଜୀବନର ସଫଳ ନାୟକ ରାମନାରାୟଣ ରାୟ ଥିଲେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଚଂଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାତି ରାମଚନ୍ଦ୍ର ନାୟକ,ପୁର୍ବତନ ସରପଚଂ ରବିନାରାୟଣ ମହାନ୍ତି, ଗାୟକ ନନ୍ଦ କିଶୋର ନାୟକ, ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ସ୍ତମ୍ଭକାର ସୁବୋଧ କୁମାର ସାହୁ, ଶିକ୍ଷାବିତ୍ ଚିତରଞ୍ଜନ ସାମନ୍ତରାୟ, ବରିଷ୍ଠ ନାଗରିକ ରବିନ୍ଦ୍ର ଆଇଚ, ସାହିତ୍ୟିକ ଜଇନୁଲ୍ ଆବେଦ୍ଦିନ,ବିଜେପିନେତା ଅମୂଲ୍ୟ ରତ୍ନ ନନ୍ଦ,ପୂର୍ବତନ ସରପଚଂ କାର୍ତିକ ପୃଷ୍ଟି ପ୍ରମୁଖ ରାମନାରାୟଣ ରାୟଙ୍କ ବ୍ୟକ୍ତିତ୍ୱ, କାର୍ଯ୍ୟାବଳି ଓ ଗୁଣ ପାଇଁ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ ବୋଲି କହିଥିଲେ । ଜୈଷ୍ଠ୍ୟପୁତ୍ର ପଦ୍ମନ କୁମାର ରାୟ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ଅଭିରାମ ସିଂହ, ଅଶୋକ ପରିଡା,ସମ୍ବାଦିକ ହେମନ୍ତ ସିଂହ, ପ୍ରଦୁମ୍ନ୍ୟ ପୁହାଣ, ଅକ୍ଷୟ ସିଂହ, ଯୁବ ସମାଜସେବୀ ଉତମ କୁମାର ପଣ୍ଡା, ଅନିରୁଦ୍ଧ ସିଂହ,ଗୋପାଳ କୃଷ୍ଣ ଦାଶ, ପ୍ରଫୁଲ୍ଲ ବିଶ୍ୱାଳ,ପ୍ରମୋଦ ସିଂହ, ଶ୍ୟାମସୁନ୍ଦର ଦାସ, ହରିହର ନାୟକ, ରୁଗା ସିଂହଙ୍କ ସମେତ ପରିବାରର ବ୍ୟବସାୟୀ ନୃସିଂହ କୁମାର ରାୟ,ବ୍ୟବସାୟୀ ମାନସ ରାୟ,ହାଇକୋର୍ଟର ଆଇନ୍‌ଜିବୀ ମନୋଜ ରାୟ ଏବଂ ଯୁବ ଶିଳ୍ପଦ୍ୟୋଗୀ ତାପସ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ କେକ୍ କଟାଯାଇ ଶ୍ରୀଯୁକ୍ତ ରାୟଙ୍କ ଦୀର୍ଘାୟୁ କାମନା କରାଯାଇଥିଲା । କାର୍ଯ୍ୟକ୍ରମରେ କନକ ଲତା ରାୟ, ଯଶୋଦା ରାୟ,ମନୋଜମଞ୍ଜରୀ ରାୟ, ଇନ୍ଦିରା ରାୟ, ସ୍ୱର୍ଣ୍ଣଲତା ରାୟ, ରାଜଶ୍ରୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.