Home ଜିଲ୍ଲା ପରିକ୍ରମା ସଂଘବଦ୍ଧ ମୁସ୍‌ଲିମ୍ ଆକ୍ରମଣରେ ହିନ୍ଦୁ ପରିବାରର ମା’ ଓ ପୁଅ ଗୁରୁତର

ସଂଘବଦ୍ଧ ମୁସ୍‌ଲିମ୍ ଆକ୍ରମଣରେ ହିନ୍ଦୁ ପରିବାରର ମା’ ଓ ପୁଅ ଗୁରୁତର

35

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ବାଙ୍କା ବଜାର କାରୁଆସାହିରେ ମୁସଲିମ୍ ମାନଙ୍କ ଦ୍ୱାରା ସଂଘବଦ୍ଧ ଆକ୍ରମଣରେ ଜଣେ ହିନ୍ଦୁ ପରିବାରର ମା’ ଓ ପୁଅ ଗୁରୁତର ଭାବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ବେକା କାରୁଆସାହି ନିବାସୀ ପ୍ରଫୁଲ୍ଲ ଘଡେଇଙ୍କ ପତ୍ନୀ ଶାନ୍ତିଲତା (୪୬) ପୁରୁଣାବଜାର ଥାନାରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ଆଜି ସକାଳ ୯ ଘଟିକା ସମୟରେ ତାଙ୍କ ଘର ପିଣ୍ଢାରେ ବସି ମିରାମହଲା ନିବାସୀ ଦାଉଦଙ୍କ ପୁତ୍ର ଅର୍ମାନ (ଯିଏ ଫରିନର ଘରେ ଭଡାରେ ରହୁଛି) ମୋବାଇଲ୍‌ରେ ଫୋନ୍ କରି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେଉଥିବାବେଳେ ତାଙ୍କ ପୁତ୍ର ପ୍ରମୋଦ ବିରୋଧ କରିଥିଲା। ଏହି ଘଟଣାରେ ସେ ପ୍ରମୋଦଙ୍କ ମୁହଁକୁ ମୁଥା ମାରିଥିଲା। ଫଳରେ ଶାନ୍ତିଲତା ସେଠାରେ ଅର୍ମାନକୁ ଅଟକାଇବାକୁ ଯାଇ ଚିତ୍କାର କରିବାରୁ ସେ ତାଙ୍କ ଘର ଭିତରକୁ ପଶି ବିଭିନ୍ନ ଅଶ୍ରାବ୍ୟ ଭାଷାରେ ଗାଳିଦେଇ ଶାଢୀକୁ ଟାଣି ଅର୍ଦ୍ଧ ଉଲଗ୍ନ କରିଦେଇଥିଲା। ଏବଂ ଶାନ୍ତିଲତା ତାହା ହାତରୁ ଶାଢୀ ଛଡାଇବା ସମୟରେ ସେ ଏକ ବାଉଁଶ ବାଡିରେ ତାଙ୍କ ବାମ ହାତ କହୁଣୀ ଓ ମୁଣ୍ଡକୁ ପ୍ରହାର କରିବାରୁ ବାମପଟ ଆଖି ଫୁଲିଯାଇ ଯନ୍ତ୍ରଣା ହୋଇଥିଲା। ଏହି ଘଟଣାରେ ଶାନ୍ତିଲତା ଜୋରରେ ଚିତ୍କାର କରିବାରୁ ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ଘଟଣାସ୍ଥଳରେ ପହଂଚି ବିରୋଧ କରିଥିଲେ ମଧ୍ୟ ଅନୱର ବେଗମ୍‌ଙ୍କ ପୁଅ ଓ ତାହା ସହିତ ଅନ୍ୟ ଜଣେ ଯୁବକ ତାଙ୍କ ବେକକୁ ଚିପି ଧରିବାରୁ ସେ ଅଚେତ ହୋଇଯାଇଥିଲେ। ଏବଂ ଅର୍ମାନର ମା’ ଅନୱରୀ ବେଗମ୍ ଓ ବଡପୁଅ ଜୁବେର ୩ ଜଣ ମିଶି ଶାନ୍ତିଲତା, ତାଙ୍କ ପୁଅ ଓ ସ୍ୱାମୀଙ୍କୁ ମାଡ ମାରି ଏଠାରେ ତୁମକୁ ରଖାଇ ଦେବୁନାହିଁ କହି ହତ୍ୟା କରିବାର ଚେତାବନୀ ଦେଇଥିଲେ। ଏବଂ ସେମାନଙ୍କୁ ଘର ସହ ପୋଡିଦେବାର ଧମକ ଦେଇଥିଲେ। ଏହି ଘଟଣାରେ ଶାନ୍ତିଲତା କୌଣସି ଉପାୟ ନପାଇ ନ୍ୟାୟ ପାଇଁ ଥାନାରେ ଏହି ଅଭିଯୋଗ ପତ୍ର ଦେଇ ଏହା ଏକ ସ୍ପର୍ଶକାତର ବିଷୟ ହୋଇଥିବାରୁ ଅଯଥା ରକ୍ତପାତରୁ ବର୍ତିବା ନିମନ୍ତେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୁକ୍ତମାନେ ଯିବା ସମୟରେ ସେମାନଙ୍କୁ ସେଠାରେ ରଖାଇ ନଦେବାକୁ ଚେତାବନୀ ଦେଇ ହତ୍ୟା କରିବାର ଧମକ ଦେଇଥିବାରୁ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.