Home ଜିଲ୍ଲା ପରିକ୍ରମା ସଂଗଠନରୁ ବହିଷ୍କୃତ ଶିକ୍ଷକଙ୍କ ସଭାକୁ ବିରୋଧ କଲା ଭଦ୍ରକ ଜିଲା ପ୍ରାଥମିକ ଶିକ୍ଷକ ସଂଘ

ସଂଗଠନରୁ ବହିଷ୍କୃତ ଶିକ୍ଷକଙ୍କ ସଭାକୁ ବିରୋଧ କଲା ଭଦ୍ରକ ଜିଲା ପ୍ରାଥମିକ ଶିକ୍ଷକ ସଂଘ

3

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ହରିପୁର ରୋଡ୍‌, କଟକ-୧, ୫ ଖାରବେଳ ନଗର ବ୍ୟାନର ଓ ରେଜିଷ୍ଟ୍ରେସନ ନମ୍ବରକୁ ଚଂଚକତା ଭାବେ ବ୍ୟବହାର କରି ସଂଗଠନରୁ ବହିଷ୍କୃତ ଦୁଇ ବ୍ୟକ୍ତି ରମଣୀ ରଂଜନ ତ୍ରିପାଠୀ ଓ ଜ୍ୟୋତିରଂଜନ ଦାଶ ଭଦ୍ରକ ସହୀଦ ସ୍ମୃତି ଭବନରେ କରିଥିବା ବୈଠକକୁ ବିରୋଧ କରିଛି ଭଦ୍ରକ ଜିଲା ପ୍ରାଥମିକ ଶିକ୍ଷକ ସଂଘ। ଏହି ଦୁଇଜଣ ବ୍ୟକ୍ତି ଶିକ୍ଷକଙ୍କ ସମସ୍ୟା ସହିତ ନରହି ସଂଗଠନରୁ ବହିଷ୍କୃତ ହେବା ପରେ ନିଜକୁ ବଂଚାଇବା ପାଇଁ କାର୍ଯ୍ୟ ଦିବସରେ ଏଭଳି ପ୍ରୟାସ କରି ଶିକ୍ଷକମାନଙ୍କୁ ଭ୍ରମିତ କରିଥିବାର ଅଭିଯୋଗ ନେଇ ତାର ଜବାବ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ରଖିଛି ପ୍ରାଥମିକ ଶିକ୍ଷକ ସଂଘ। ଏ ସଂପର୍କରେ ଏକ ପ୍ରତିବାଦ ସଭା ମଧ୍ୟ ଆଜି ସଂଘ କରିଥିଲା ସହୀଦ ସ୍ମୃତି ଭବନ ସମ୍ମୁଖରେ। ତେବେ ନିଜ ସଂଘର ବୈଧତାକୁ ଗ୍ରହଣ କରିବା ପାଇଁ ପୁଲିସ୍ ପ୍ରଶାସନ ଡାକିଥିଲେ ମଧ୍ୟ ଆଗକୁ ନଆସି ସିଟିଡିଏସ୍‌ପିଙ୍କ ନିକଟରେ ପ୍ରକୃତ ସଂଗଠନର ରେଜିଷ୍ଟ୍ରେସନ ନମ୍ବରକୁ ସାମାନ୍ୟ ବଦଳାଇ ସଂପୃକ୍ତ ପୁଲିସ୍ ଅଧିକାରୀଙ୍କୁ ଏହି ଦୁଇବ୍ୟକ୍ତି ଭ୍ରମିତ କରାଇବା ଲକ୍ଷ୍ୟରେ ସଂଗଠନର ପ୍ରକୃତ କର୍ମକର୍ତାଙ୍କ ସମ୍ମୁଖକୁ ଆସିନଥିଲେ। କୌଣସି ବିଧିବ୍ୟବସ୍ଥା ନକରି ଜିଲାର ସଭାପତି, ସଂପାଦକ ଏମାନେ ଘୋଷଣା କରିଛନ୍ତି। ଯେଉଁମାନଙ୍କ ସଂପର୍କରେ ଜିଲାର କୌଣସି ଶିକ୍ଷକମାନେ ଜାଣିନାହାଁନ୍ତି। ଏଠାରେ ସୂଚନାଯୋଗ୍ୟ ସଂଗଠନର ପ୍ରକୃତ ରେଜିଷ୍ଟ୍ରେସନ ନମ୍ବର ୨୨୩୩/୧୨୩୯ ହୋଇଥିବାବେଳେ ଆଜି ଉପରୋକ୍ତ ସଂଗଠନ ସହୀଦ ସ୍ମୃତି ଭବନରେ କରିଥିବା ସଭାସ୍ଥଳରେ ଲାଗିଥିବା ବ୍ୟାନରରେ ରେଜିଷ୍ଟ୍ରେସନ ନମ୍ବରକୁ ୧୨୩୩/୨୨୩୯ ରଖିଛନ୍ତି। ଏଥିରୁ ଏମାନେ ପ୍ରକୃତ ସଂଗଠନ ଏୟୁପିଟିଏଫ୍ ର ସଦସ୍ୟ ନୁହଁନ୍ତି ବୋଲି ରାଜ୍ୟ ମହାସଚିବ ଚାରୁଲତା ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି। ଏପରିକି ମାନ୍ୟବର ମନ୍ତ୍ରୀ, ସାଂସଦ, ଜିଲାପାଳଙ୍କ ସମେତ ଏକ ଲମ୍ବା ଅତିଥି ତାଲିକା ରଖିôଥଲେ ମଧ୍ୟ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ବ୍ୟତୀତ କେହି ଅତିଥି ଆଜି ସେମାନଙ୍କ ସଭାରେ ଯୋଗ ଦେଇନଥିଲେ। ଭଦ୍ରକ ଜିଲାରେ ବିଶୃଙ୍ଖଳା ସୃଷ୍ଟି କରି ଶିକ୍ଷକ ଏକତା ଭାଙ୍ଗିବା ପାଇଁ ଏହି ଦୁଇ ବ୍ୟକ୍ତିବିଶେଷ ଅପଚେଷ୍ଟା କରି ବିଫଳ ହୋଇଛନ୍ତି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଆଜି ରାଜ୍ୟ ମହାସଚିବ ଚାରୁଲତା ମହାପାତ୍ର, ଜିଲା ସଭାପତି ବାବୁଲା ରାଉତ, ସଂପାଦକ ମନୋରଂଜନ ନାୟକ, ସଂଗଠନ ସଂପାଦକ ସମୀର ଜେନା, ଜ୍ୟୋତିର୍ମୟ ଅଗସ୍ତି, ଅରୁଣ ମଲ୍ଲିକ, ସସ୍ମିତା ନାୟକ, ରାଜେଶ ଦାସ, ସୁପ୍ରୀତି ଖୁଂଟିଆ, ଗିରିଧାରୀ ଚାନ୍ଦ, ମାୟାଧର ସାହୁ, ବଂଶୀଧର ଦାସ, ରାଧାଶ୍ୟାମ ବାରିକ, ଚିତ୍ରଭାନୁ ଦାସ, ଅବଦୁଲ ରବ, ପ୍ରଦୀପ ଜେନା, ମାନସୀ ହୋତା, ଜ୍ୟୋସ୍ନାରାଣୀ ମହାପାତ୍ର ପ୍ରମୁଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.