Home ଜିଲ୍ଲା ପରିକ୍ରମା ସଂକ୍ରାନ୍ତି ଅବସରରେ ଆରଡିରେ ନାହିଁ ନଥିବା ଭିଡ, ରାସ୍ତା ସଂକୀର୍ଣ୍ଣ ଯୋଗୁ ୩ଘଂଟା ଧରି ମୁଖ୍ୟ...

ସଂକ୍ରାନ୍ତି ଅବସରରେ ଆରଡିରେ ନାହିଁ ନଥିବା ଭିଡ, ରାସ୍ତା ସଂକୀର୍ଣ୍ଣ ଯୋଗୁ ୩ଘଂଟା ଧରି ମୁଖ୍ୟ ରାସ୍ତାରେ ଅଟକି ରହିଲା ଶହଶହ ଗାଡି

12

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରବିବାର ସଂକ୍ରାନ୍ତି ଅବସରରେ ଆରଡି ପୀଠର ବା୍ୱା ଆଖଣ୍ଡଳମଣିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଅଗଣିତ ଭକ୍ତଙ୍କ ଭିଡ ଜମିଥିଲା ପୀଠରେ । ମେଡିକାଲ ଠାରୁ ବାଇପାସ ଡିହସାହି ଛକ ଯାଏଁ ମୁଖ୍ୟରାସ୍ତା ସକିର୍ଣ୍ଣ ଯୋଗୁ ଆଗନ୍ତୁକ ଭକ୍ତମାନଙ୍କର ଶହଶହ ଗାଡି ଅଟକି ରହିବା ଫଳରେ ନାନା ହରକତ ହୋଇଥିଲେ ଶ୍ରଦ୍ଧାଳୁ ଭକ୍ତ । ଏପରିକି ପାଦଚଲା ଲୋକଙ୍କର ମଧ୍ୟ ଯାତାୟତ ଠପ୍ ହୋଇଯାଇଥିଲା । ରବିବାର ଛୁଟି ଦିନ ଥିବା ବେଳେ ସଂକ୍ରାନ୍ତି ଅବସରରେ ହଜାର ହଜାର ଭକ୍ତ ଅଚାନକ ଆସିବା ଫଳରେ ଏପରି ସମସ୍ୟା ଦେଖା ଦେଇଥିବା ପ୍ରଶିସନ ପକ୍ଷରୁ ପ୍ରକାଶ ପାଇଛି । ଆଖଣ୍ଡଳମଣିଙ୍କ ପୀଠ ଓଡ଼ିଶାର ଏକ ପ୍ରମୁଖ ଶୈବପୀଠ ହୋଇଥିବାରୁ ପୀଠର ସମ୍ପ୍ରସାରଣ କାର୍ଯ୍ୟ ଜରୁରୀ ହୋଇ ପଡିଥିବା କହିଛନ୍ତି ସ୍ଥାନୀୟ ଲୋକ । ସେହିପରି ଆଗନ୍ତୁକ ହଜାର ହଜାର ଭକ୍ତଙ୍କର ଅଚାନକ ସମାଗମ ହୋଇଥିବାରୁ ମନ୍ଦିରରେ ବାବାଙ୍କ ଦର୍ଶନ ପାଇଁ କୈାଣସି ବ୍ୟବସ୍ଥା ନଥିବାରୁ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ କିଛି ସମୟ ଧରି ଠେଲାପେଲା ଲାଗି ରହିଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.