Home ଜିଲ୍ଲା ପରିକ୍ରମା ସଂକଳ୍ପ ଫାଉଣ୍ଡେସନ୍ ଟ୍ରଷ୍ଟର ଦ୍ୱିତୀୟ ପ୍ରତିଷ୍ଠା ଦିବସ

ସଂକଳ୍ପ ଫାଉଣ୍ଡେସନ୍ ଟ୍ରଷ୍ଟର ଦ୍ୱିତୀୟ ପ୍ରତିଷ୍ଠା ଦିବସ

79

ପୁରୀ ୯/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟର ଦ୍ୱିତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ପୁରୀର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଜୀବନର ଶେଷ ସମୟରେ ବୃଦ୍ଧା ଓ ବୃଦ୍ଧମାନଙ୍କୁ ଜରାଶ୍ରମରେ ରଖି ବଡ଼ ଧର୍ମକାର୍ଯ୍ୟ କରୁଛନ୍ତି ସଂକଳ୍ପ ଅନୁଷ୍ଠାନ। ଉକ୍ତ ଉତ୍ସବରେ ଅନୁଷ୍ଠାନର ସଭାପତି ସୁଚରିତା ପାଢ଼ି ଅଧ୍ୟକ୍ଷତା କରିଥିଲେ। ପୁଅବୋହୂଙ୍କ ଦ୍ୱାରା ବିତାଡ଼ିତ ଓ ନିର୍ଯ୍ୟାତିତ ହୋଇ କେତେକ ବୃଦ୍ଧା ବଡ଼ଦାଣ୍ଡକୁ ଚାଲି ଆସୁଛନ୍ତି। ସେମାନଙ୍କୁ ଆଶ୍ରୟ ଦେଇପାରିଲେ ଏକ ବଡ଼ ଧର୍ମ କାର୍ଯ୍ୟ ହୋଇପାରିବ। ସମାଜସେବୀ ତଥା ଜାତୀୟ ପୁରସ୍କାରରେ ସମ୍ମାନିତ ମହିଳା ସଂଗଠିକା ଗୀତାଞ୍ଜଳି ପଣ୍ଡା ଯୋଗାଦେଇ ମହିଳାମାନଙ୍କର ସୁରକ୍ଷା ଓ ସେବା ଉପରେ ଆଲୋକପାତ କରିବା ସହ ଯେଉଁମାନେ ଏହି ପ୍ରକାରର ଜରାଶ୍ରମ କରି ମହିଳାମାନଙ୍କୁ ସାହାଯ୍ୟ କରୁଛନ୍ତି ସେମାନଙ୍କର କାର୍ଯ୍ୟ ବାସ୍ତବିକ ପ୍ରଶଂସନୀୟ ବୋଲି ମତ ବ୍ୟକ୍ତ କରିଛନ୍ତି। କରୋନା ସମୟରେ ଯେଉଁ ସାମ୍ବାଦିକମାନେ ନିଜର ପରିବାରକୁ ଛାଡ଼ି କାର୍ଯ୍ୟ କରିବା ସହ ଜନସାଧାରଣଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବା ବାସ୍ତବିକ ଏକ ମହତ୍ କାର୍ଯ୍ୟ। ତାଙ୍କର ଏହି କାର୍ଯ୍ୟପାଇଁ ଅନୁଷ୍ଠାନ ପକ୍ଷରୁ ଗଣମାଧ୍ୟମ (ଛାପା) ଓ ବୈଦ୍ୟୁତିକ ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ବିଜୟ ପଟ୍ଟନାୟକ, ବିଜୟ ମିଶ୍ର ଓ ସ୍ଥାନୀୟ ଟି-ଭି ଚ୍ୟାନେଲର ପ୍ରତିନିଧି ମାନଙ୍କୁ ମାନପତ୍ର ପ୍ରଦାନ କରି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର କୁମୁଦିନି ମହାପାତ୍ର, ଦୀପକ ପଣ୍ଡା, ପପୁ ଚୈାଧୁରୀ, ପୁଷ୍ପାପାତ୍ର, ପ୍ରିୟଙ୍କା ମହାପାତ୍ର, ସ୍ନେହଲତା ପରମଗୁରୁ, ହରିହର ବେହେରା, ସୁରେନ୍ଦ୍ର ମହାପାତ୍ର, ମନୋରଞ୍ଜନ ଜେନା ଓ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସାଂସ୍କୃତିକ ସଂପାଦକ ସନ୍ତୋଷ ମହାରଣା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.