Home ଜିଲ୍ଲା ପରିକ୍ରମା ସଂକଟମୋଚନ ହନୁମାନ ମନ୍ଦିରର ବାର୍ଷୀକ ଉତ୍ସବ ପାଳିତ

ସଂକଟମୋଚନ ହନୁମାନ ମନ୍ଦିରର ବାର୍ଷୀକ ଉତ୍ସବ ପାଳିତ

58

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳ ୭ନମ୍ବର ୱାର୍ଡ଼ ଗବସାହିସ୍ଥିତ ସଂକଟମୋଚନ ହନୁମାନ ମନ୍ଦିରର ବାର୍ଷୀକ ଉତ୍ସବ ଆଡମ୍ବର ସହକାରେ ସମ୍ପୂର୍ଣ୍ଣ କୋଭିଡ ଗାଇଡଲାଇନ ଅନୁଯାୟୀ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ ଶତାଧିକ ମହିଳାଙ୍କ ଏକ କଳସ ଶୋଭାଯାତ୍ରା ବାହାରି ସାହି ପରିକ୍ରମା କରିଥିଲା । ସାଳନ୍ଦୀ ନଦୀରେ କଳସ ବୁଡ଼ାଇ ସେମାନେ ମନ୍ଦିରରେ ପହଞ୍ଚିବା ପରେ ପାରମ୍ପରିକ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପ୍ରଥମ ଦିବସରେ ଠାକୁରଙ୍କ ମହାସ୍ନାନ, ପଞ୍ଚକବ୍ୟସୋଧନ କରାଯିବା ସହ ସାଂଧ୍ୟ ଆରତୀ କରାଯାଇଥିଲା । ସେହିପରି ଦ୍ୱିତୀୟ ଦିବସରେ ସୂର୍ଯ୍ୟପୂଜା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ସଂଧ୍ୟା ୬ଟାରେ ଯଜ୍ଞର ପୂର୍ଣ୍ଣାହୂତୀ ସମ୍ପନ୍ନ ହୋଇଥିଲା । ପୂର୍ଣ୍ଣାହୂତୀ ସମୟରେ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ବିଭୂକୃପା ଲାଭ କରିଥିଲେ । ତେବେ ଉକ୍ତ ବାର୍ଷୀକ ଉତ୍ସବର ମୁଖ୍ୟ ଆକର୍ଷଣ ରହିଥିଲା ମନ୍ଦିର ସଜା ଓ ଅଖଣ୍ଡ ହନୁମାନ ଚାଳିଶା ପାଠ । ମନ୍ଦିରକୁ ଜଣେ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥରେ ଅତି ଆକର୍ଷଣୀୟ ଭାବେ ସଜା ଯାଇଥିଲା । ସେହିପରି କଟକସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରର ଏକ ୧୫ଜଣିଆ ଟିମ ପୂର୍ବାହ୍ନରେ ହନୁମାନ ଚାଲିଶା ପାଠ ଆରମ୍ଭ କରି ଅପରାହ୍ନରେ ଶେଷ କରିଥିଲେ । ଯାହାକି ସଂପୃକ୍ତ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଅନୁରୂପ ମନ୍ଦିର ପରିଚଳନା କମିଟି ପକ୍ଷରୁ କୋଭିଡ ସଚେତନତା ବାର୍ତ୍ତା ମଧ୍ୟ ଫ୍ଲେକ୍ସ ବ୍ୟାନର ମାଧ୍ୟମରେ ପ୍ରଚାର କରାଯାଇଥିଲା । ଏହି ଅବସରରେ ୩ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ଆଧ୍ୟାତ୍ମିକ ଉତ୍ସବରେ ଜଗନ୍ନାଥ ହାଜରା ଓ ନେପାଳ ଚନ୍ଦ୍ର ଦାସ କର୍ତ୍ତା ଭୂମିକା ଗ୍ରହଣ କରିଥିବାବେଳେ, ଗବସାହି ଜୟ ବଜରଙ୍ଗ ବାଲି କମିଟିର ସମସ୍ତ ସଦସ୍ୟ ଉତ୍ସବ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.