Home ଓଡ଼ିଶା ଷ୍ଟିଲସିଟି କାଉଡ଼ିଆମୟ! ଶିବଲିଙ୍ଗରେ ଢାଳିଲେ ପାଣି

ଷ୍ଟିଲସିଟି କାଉଡ଼ିଆମୟ! ଶିବଲିଙ୍ଗରେ ଢାଳିଲେ ପାଣି

82

ରାଉରକେଲା ୨୨-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆଜି ଥିଲା ପବିତ୍ର ଶ୍ରାବଣ ସୋମବାର। ଆଜି ସବୁଠି ଗୁଂଜରିତ ହୋଇଥିଲା ବୋଲବମ.. ହର ହର.. ବମ ର ସ୍ୱର। ରାଉରକେଲାକୁ ରାଜ୍ୟର ବିଭିନ୍ନ ଜାଗାରୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଭକ୍ତ ମାନେ ଆସି ପ୍ରସିଦ୍ଧ ବେଦବ୍ୟାସ ଶୈବପୀଠରେ ଶିବଲିଙ୍ଗରେ ପାଣି ଢାଳିଥିଲେ। ରାଉରକେଲା ଠାରୁ ପ୍ରାୟ ୪୦ କିମି ଦୂର ରାଜଗାଙ୍ଗପୁର ଘୋଘର ଧାମରେ ମଧ୍ୟ କାଉଡ଼ିଆଙ୍କ ଗହଳି ଦେଖିବାକୁ ମିଳିଥିଲା। ସେହିପରି ଦକ୍ଷିଣ ରାଉରକେଲା ଦେଓଗାଁର ପ୍ରସିଦ୍ଧ ଧବଳେଶ୍ୱର ମହାଦେବଙ୍କ ଠାରେ କାଉଡ଼ିଆ ଭକ୍ତ ମାନେ ଧାଡ଼ି ବାନ୍ଧି ଶିବଲିଙ୍ଗରେ ଜଳାଭିଷେକ କରିଥିଲେ ବେଦବ୍ୟାସର ତ୍ରିବେଣୀ ସଙ୍ଗମ ପୀଠରୁ ଜଳ ଆଣି କାଉଡ଼ିଆ ମାନେ ଜଳାଭିଷେକ କରିଥିଲେ। ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ ଜଳଭିଷେକ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ତଥା କେତେକ ସାମାଜିକ ଅନୁଷ୍ଠାନ ପକ୍ଷରୁ ରାସ୍ତାର ମଝି ମଝିରେ ସେବା କାର୍ଯ୍ୟ ଯୋଗାଇ ଦିଆଯାଇଥିଲା। ରାଉରକେଲାର ଅନେକ କାଉଡ଼ିଆ ଭକ୍ତ ବସ କିମ୍ବା ଟ୍ରେନ ଯୋଗେ ଢେଙ୍କାନାଳର କପିଳାସ, ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ ମହାଦେବଙ୍କ ନିକଟକୁ ମାନସିକ ନେଇ ଶ୍ରାବଣ ସୋମବାର ଦିନ ଜଳାଭିଷେକ କରିଥିବା ଖବର ମିଳିଛି।ଭିଡ଼କୁ ଦୃଷ୍ଟିରେ ରାଉରକେଲା ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ଆଇନଶୃଖଂଳା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରାବଣ ମାସର ଏଭଳି ଚାରି କିମ୍ବା ପାଂଚ ସୋମବାର କାଉଡ଼ିଆଙ୍କ ମହାଦେବଙ୍କ ଠାରେ ଜଳାଭିଷେକ ପରମ୍ପରା ଚାଲି ଆସୁଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.