Home ଜିଲ୍ଲା ପରିକ୍ରମା ଷୋଳମପୁର ବୌଦ୍ଧବିହାର ହେବ ପର୍ଯ୍ୟଟନସ୍ଥଳୀ, ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ବିଧାନସଭାରେ ପ୍ରଶ୍ନ, ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କ...

ଷୋଳମପୁର ବୌଦ୍ଧବିହାର ହେବ ପର୍ଯ୍ୟଟନସ୍ଥଳୀ, ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ବିଧାନସଭାରେ ପ୍ରଶ୍ନ, ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କ ଉତ୍ତର

49

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଶ୍ୱପ୍ରସିଦ୍ଧ ଷୋଳମପୁର ବୌଦ୍ଧବିହାର ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯିବ । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ବିଧିବଦ୍ଧ ପ୍ରସ୍ତାବ ଆସିଲେ ରାଜ୍ୟ ସରକାର ଏଥିନେଇ ସକାରାତ୍ମକ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନୀ ପାତ୍ର ବିଧାନସଭାରେ ଉତ୍ତର ରଖିଛନ୍ତି । ବିଜେପି ନେତା ବଦ୍ରୀନାରାୟଣ ଧଳଙ୍କ ଅନୁରୋଧ କ୍ରମେ ଶନିବାର ଯୁବ ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ବିଧାନସଭାରେ ରଖିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପାତ୍ର ଉତ୍ତର ପ୍ରଦାନ କରିଛନ୍ତି । ଏହି ଐତୀହର ସମାଗ୍ରୀକ ବିକାଶ ପାଇଁ ରାଜ୍ୟ ସରକାର ସଚେତନ ଅଛନ୍ତି । ଏହି ଐତୀହର ବ୍ୟବହାରିକତା, ଉପଯୁକ୍ତ ସ୍ଥାନ ଓ ଆର୍ଥୀକ ସମ୍ବଳକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଉତ୍ତର ମିଳିଛି । ଏହି ଖବର ପ୍ରଚାରିତ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ସୁକତା ପ୍ରକାଶ ପାଇଛି । ଏହି ବିଶ୍ୱପ୍ରସିଦ୍ଧ ବୌଦ୍ଧବିହାରର ପ୍ରାରମ୍ଭକ ବିକାଶ ୨୦୧୨ ମସିହାରେ ସ୍ଥାନୀୟ ବିଧାୟକ ତଥା ତତ୍‌କାଳୀନ ପର୍ଯ୍ୟଟନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ସେବେ ଠାରୁ ବିକାଶ ଆଉ ଆଗକୁ ଯାଇପାରି ନାହିଁ । ଗତ ୨୦୨୨ ମସିହାରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ମାନ୍ୟତା ପ୍ରଦାନ ପାଇଁ ନଥିପତ୍ର ପ୍ରସ୍ତୁତ କରାଯାଇ ସର୍ବେକ୍ଷଣ କରାଯାଉଛି । ହେଲେ ଏହା ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଥିବାରୁ ପ୍ରସ୍ତାବ କେବେ ସରକାରଙ୍କୁ ଦିଆଯିବ ତାହାର ନିର୍ଦ୍ଦିଷ୍ଟତା ନଥିବାରୁ ନୈରାଶ୍ୟ ପ୍ରକାଶ ପାଇଥିବା ବେଳେ ଆଜିର ମନ୍ତ୍ରୀଙ୍କ ଉତ୍ତର ଆଶ୍ୱସ୍ତି ଆଣିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.