Home ଜିଲ୍ଲା ପରିକ୍ରମା ବନ୍ତ ବିଜେପିର ସାମ୍ବାଦିକ ସମ୍ମିଳନୀ, ଭୟଭୀତ ବନ୍ତ ବିଜେଡି ମିଥ୍ୟା ଆରୋପର ଆଶ୍ରୟ ନେଉଛି –...

ବନ୍ତ ବିଜେପିର ସାମ୍ବାଦିକ ସମ୍ମିଳନୀ, ଭୟଭୀତ ବନ୍ତ ବିଜେଡି ମିଥ୍ୟା ଆରୋପର ଆଶ୍ରୟ ନେଉଛି – ସୁଧାଂଶୁ ନାୟକ

20

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶାସକ ବିଜେଡି ଦୁର୍ନୀତି, ଭଷ୍ଟ୍ରାଚାରରେ ବୁଡି ରହିଥିବା ବେଳେ ଏହାକୁ ବିରୋଧ କରୁଥିବା ଲୋକଙ୍କୁ ବିଭିନ୍ନ ଉପାୟରେ ଭୟଭୀତ କରାଯାଇ ବଦନାମ କରିବାର ଅପଚେଷ୍ଟା କରାଯାଉଛି । ମାତ୍ର ଏହାକୁ ଅଞ୍ଚଳବାସୀ ଗୁରୁତ୍ୱ ନଦେଇ ବନ୍ତ ବ୍ଲକରେ କ୍ରମଶଃ ଭାରତୀୟ ଜନତା ପାର୍ଟିକୁ ଶକ୍ତିଶାଳୀ କରୁଛନ୍ତି,ଏଥିରେ ଶାସକ ବିଜେଡିରେ ଛନକା ପସିଛି ବୋଲି ଆଜି ବନ୍ତ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ଡଃ.ସୁଧାଂଶୁ ନାୟକ କହିଛନ୍ତି । ଏହି ସମ୍ମିଳନୀରେ ଶ୍ରୀ ନାୟକଙ୍କ ସମେତ କମଳାକାନ୍ତ ସାହୁ, ଇଂ.ପ୍ରମୋଦ କୁମାର ଜେନା, ସୁଧିର କୁମାର ନାୟକ, ସୁଧାକର ଧଳ, ବସନ୍ତ କୁମାର ବିଶ୍ୱାଳ, ଲକ୍ଷ୍ମୀଧର କର, ହରେକୃଷ୍ଣ ସେନାପତି, ହର ପ୍ରସାଦ ରାଉତ, ତାପସ ଖଣ୍ଡେଇ ଉପସ୍ଥିତ ଥିଲେ । ଶ୍ରୀ ନାୟକ ଗତ ୪ ଦିନ ତଳେ ରାଜ୍ୟ କାର୍ଯ୍ୟାଳୟରେ ହଜାର ହଜାର ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଥିଲେ । ଠିକ୍ ଏହାର ୨ ଦିନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ ଓ ତାଙ୍କ ଧର୍ମପତ୍ନୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଅଣାଯାଇଛି । ରେବତୀ ନାୟକ ବ୍ଳକ ଅଧ୍ୟକ୍ଷା ଥିବା ବେଳେ ଶ୍ରୀ ନାୟକ ସରକାରୀ କର୍ମଚାରୀଙ୍କ ଉପରେ ଚାପ ପକାଇ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ କାର୍ଯ୍ୟର କାର୍ଯ୍ୟାଦେଶ ନିଜ ନାମରେ ନେବା, ଜଣେ ସରକାରୀ କର୍ମଚାରୀ ହୋଇ ନିଜ ନାମରେ କଲେଜର ଗୃହ ନିର୍ମାଣ କାର୍ଯ୍ୟାଦେଶ ନେବା, ବନ୍ତ ମତ୍ସ୍ୟ ବିଭାଗ ଅଧିନ ଡିଗି ପୋଖରୀକୁ ବିନା ଟେଣ୍ଡରରେ ନିଜ ଲୋକଙ୍କ ନାମରେ ନିଲାମ ନେବା, ରେବତୀ ନାୟକ ବ୍ଲକ ଅଧ୍ୟକ୍ଷା ଥିବା ବେଳେ କୌଣସି ଆଖିଦୃଶିଆ ଉନ୍ନୟନ ମୂଳକ କାର୍ଯ୍ୟ କରିନଥିବା ଆଦି ବିଭିନ୍ନ ଅଭିଯୋଗ ହୋଇଥିଲା । ପ୍ରତିବାଦରେ ଶ୍ରୀ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଛନ୍ତି ।

୨୦୧୮ ମସିହାରେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ନାକ୍ ମାନ୍ୟତା ପାଇବା ପାଇଁ ୪୧ ଲକ୍ଷ ଟଙ୍କା ଅନୁଦାନରେ ଗୃହ ନିର୍ମାଣ କରାଯାଇଥିଲା । ସେତେବେଳେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନାୟକ ନଥିଲେ । କଲେଜ କନଷ୍ଟ୍ରକ୍ସନ କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ନାୟକ ଥିବା ବେଳେ ତାଙ୍କ ନାମରେ କାର୍ଯ୍ୟାଦେଶ ଦେବା ପାଇଁ ଅଧ୍ୟକ୍ଷ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଥିଲେ । କଲେଜ କାର୍ଯ୍ୟରେ କୌଣସି ଦୁର୍ନୀତି ନଥାଏ କି ସେଠାରେ କେହି ବ୍ୟକ୍ତିଗତ ଠିକାଦାରୀ କରନ୍ତି ନାହିଁ । କଲେଜରେ କନଷ୍ଟ୍ରକ୍ସନ କମିଟି, ଷ୍ଟାଫ କାଉନସିଲ ଏବଂ ନିଜେ ଅଧ୍ୟକ୍ଷ କାମ ସହ ଯୋଡି ହୋଇ ରହିଥାନ୍ତି । କୋଟି କୋଟି ଟଙ୍କାର ସରକାରୀ କାର୍ଯ୍ୟ ବିଭାଗୀୟ କର୍ମଚାରୀଙ୍କ ନାମରେ ହେଉଥିବା ବେଳେ କଲେଜର ଉନ୍ନୟନ ମୂଳକ କାର୍ଯ୍ୟ କଲେଜ କର୍ମଚାରୀଙ୍କ ନାମରେ ହେବା କଣ ଠିକ୍ ନୁହେଁ କି ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ । ବନ୍ତ ମତ୍ସ୍ୟ ବିଭାଗ ଅଧିନ ଡିଗି ପୋଖରୀ ନିଲାମ ପାଇଁ ଡି.ଏଫ.ଓଙ୍କ ଚିଠି ନଂ-୧୮/ଏ.ଏଫ.ତ୍ତ୍ୱତ୍ତ୍ୱଓ-୨୦୨୦/ତା୯-୧୦-୨୦୨୦ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପରେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇ ଶ୍ରୀ ନାୟକଙ୍କ ସଂପର୍କୀୟ ଟେଣ୍ଡର ପାଇଥିଲେ । ଏଥିରେ କୌଣସି ଚଞ୍ଚକତା ନଥିଲା । ମୁଁ ଇତି ମଧ୍ୟରେ ଦଳ ଛାଡ଼ି ବିଜେପିରେ ମିଶିବା ପରେ ରାଜନୈତିକ ଆକ୍ରୋଶ ରଖି ମୋ ଦେହରେ କଳାଛିଟା ଲଗାଇବା ପାଇଁ ଏହା ବୃଥା ପ୍ରୟାସ ବୋଲି ଶ୍ରୀ ନାୟକ କହିଛନ୍ତି । ଯଦି ଉପରୋକ୍ତ କାର୍ଯ୍ୟରେ ଦୁର୍ନିୀତି ହୋଇଛି ତେବେ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଖୋଲା ଚାଲେଞ୍ଜ କରିଛନ୍ତି । ନତୁବା ଭଣ୍ଡାରିପୋଖରୀର ସ୍ୱାଭିମାନୀ ଭୋଟର ଏହାର ଦୃଢ ଜବାବ ଦେବେ ବୋଲି ଶ୍ରୀ ନାୟକ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.