Home ଜିଲ୍ଲା ପରିକ୍ରମା ଷୋଳମପୁର ବୌଦ୍ଧବିହାରରୁ ଭଗ୍ନ ବୁଦ୍ଧମୂର୍ତ୍ତି ମସ୍ତିସ୍କ ଉଦ୍ଧାର

ଷୋଳମପୁର ବୌଦ୍ଧବିହାରରୁ ଭଗ୍ନ ବୁଦ୍ଧମୂର୍ତ୍ତି ମସ୍ତିସ୍କ ଉଦ୍ଧାର

74

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଷୋଳମପୁର ବୌଦ୍ଧବିହାରରୁ ଗୁରୁବାର ସକାଳେ ଭଗ୍ନ ବୁଦ୍ଧମୂର୍ତ୍ତି ମସ୍ତିସ୍କ ଜନୈକ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇଛି । ଗ୍ରାମବାସୀ ଘନଶ୍ୟାମ ପଲାଇ ବୌଦ୍ଧବିହାର ମାଉଣ୍ଡ(ବଢେଇଡିହ)କୁ ଶୌଚ ପାଇଁ ଯାଉଥିବା ବେଳେ ମୂର୍ତ୍ତିକୁ ଝୁଣ୍ଟି ପଡିଥିଲେ । ମସ୍ତିସ୍କର କିଛି ଅଂଶ ବାହାରକୁ ଦେଖାଯାଉଥିଲା । ନୀରିକ୍ଷଣ ପରେ ମୂର୍ତ୍ତିକୁ ଉଦ୍ଧାର କରି ଇନଟାକ ସଦସ୍ୟ ବିଶ୍ୱମ୍ଭର ରାଉତଙ୍କୁ ହସ୍ତାନ୍ତର କରିଥିଲେ । ଏହାକୁ ବୌଦ୍ଧବିହାର ସଂଗ୍ରହାଳୟରେ ରଖାଯାଇଛି । ଖଣ୍ଡେଲାଇଟ ପଥରରେ ନିର୍ମିତ ଏକଫୁଟ ଉଚ୍ଚତାର ଏହି ମୂର୍ତ୍ତିର ୫ଇଞ୍ଚ ପ୍ରସ୍ଥ ଓ ୫ ଇଞ୍ଚ ଲମ୍ବର ମସ୍ତିସ୍କ ଉଦ୍ଧାର ହୋଇଛି । ମସ୍ତସ୍କରେ ଚକ୍ଷୁ ଦ୍ୱୟ ମୁଦ୍ରିତ ଥିବାରୁ ଏହା ସମ୍ଭବତଃ କ୍ଷୁଦ୍ରାକାର ଧ୍ୟାନୀ ବୁଦ୍ଧମୁର୍ତ୍ତି ବୋଲି ଅନୁମାନ କରାଯାଇଛି । ବୁଦ୍ଧମୁର୍ତ୍ତି ଅଷ୍ଟମ ଶତାଦ୍ଦୀର ବୋଲି ବିଷେଶଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.