Home ଜିଲ୍ଲା ପରିକ୍ରମା ମଞ୍ଜୁରୀରୋଡ ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଯାଜପୁର ଏକାଦଶ

ମଞ୍ଜୁରୀରୋଡ ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଯାଜପୁର ଏକାଦଶ

3

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ମହାବୀର ୟୁଥ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ସେମି ଫାଇନାଲ ଗୁରୁବାର ଜଗତସିଂପୁର ହିନ୍ଦୁସ୍ତାନ ସ୍ପୋଟିଂ ଓ ଯାଜପୁର ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ଯାଜପୁର ଏକାଦଶ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ହିନ୍ଦୁସ୍ତାନ ସ୍ପୋଟିଂ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲା । ଏହି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୮୫ ରନ ସ୍କୋର କରିଥିଲା । ବ୍ୟାଟ୍ସମ୍ୟାନ ବିନାୟକ ମହାନ୍ତି ୭୨ ଓ ବିଭୁ ମଲ୍ଲିକ ୪୨ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ରଜନୀକାନ୍ତ ଦାସ ୪ ଓଭର ବୋଲିଂ କରି ୩୭ ରନ ଦେଇ ୩ ଉଇକେଟ ଓ ଅମନ ଅଲ୍ଲୀ ୪ ଓଭର ବୋଲିଂ କରି ୩୭ ରନ ଦେଇ ୨ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ଯାଜପୁର ଏକାଦଶ ୨୦ ଓଭରରେ ୬ ଉଇକେଟ ହରାଇ ୧୮୬ ରନ କରି ୪ ଉଇକେଟରେ ବିଜୟ ଲାଭ କରିଥିଲା । ଦଳର ବ୍ୟାଟ୍ସମ୍ୟାନ ସ୍ୱାଗତ ଚୌଧୁରୀ ୫୧ ରନ ଓ ସତ୍ୟଜିତ ସାବତ ୪୦ ରନ ହାସଲ କରିଥିଲେ । ବିପକ୍ଷ ବୋଲର ରଞ୍ଜନ ପାତ୍ର ୨ ଓଭର ବୋଲିଂ କରି ୧୫ ରନ ଦେଇ ୨ ଉଇକେଟ ଅକ୍ତିଆର କରିଥିଲେ । ସତ୍ୟଜିତ ସାବତ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ନରେନ୍ଦ୍ର ଜେନା ଓ ସଞ୍ଜୟ ଶତପଥି ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ । କାଳନ୍ଦି ଚରଣ ପଣ୍ଡା ମ୍ୟାଚ ରେଫରୀ, ପ୍ରତ୍ୟୁଷ ସାହୁ, ଆକାଶ ଓଝା ଓ ଗୌରାଙ୍ଗ ଜେନା ଧାରାବିବରଣୀ ପ୍ରଦାନ କରିଥିଲେ । ସନ୍ତୋଷ ଖଣ୍ଡାଇ ଓ ଦୁର୍ଗାପ୍ରସାଦ ଜେନା ବାରିକ ସ୍କୋରର ଦାଇତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.