Home ଓଡ଼ିଶା ଷୋଳପୂଜା ପାଇଁ ରଣପୁର ରାଜବାଟି କୁ ଆସିଲେ ମା ଖିଲାମୁଣ୍ଡା

ଷୋଳପୂଜା ପାଇଁ ରଣପୁର ରାଜବାଟି କୁ ଆସିଲେ ମା ଖିଲାମୁଣ୍ଡା

67

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୯/୦୯-  ରାଜ ରାଜୁଡା ଅମଳ ରୁ ସୁଦୁର ଘଞ୍ଚ ଜଙ୍ଗଲ ରେ ରହୁଥିବା ରଣପୁର ରାଜ ପରିବାର ଓ ରଣପୁର ଗଡଜାତ ଅଂଚଳ ର ଅଧିଷ୍ଠାତ୍ରୀ ଦେବୀ ଭାବେ ମା  ଖିଲାମୁଣ୍ଡା ପରିଚିତ । ଶାରଦୀୟ  ଦଶହରା ଷୋଳପୂଜା ପାଇଁ ମା ଖିଲାମୁଣ୍ଡା ପ୍ରତି ବର୍ଷ ଦ୍ୱିତୀୟା ଓଷା ଦିନ କାଠି ଯୋଗେ ରାଜ ଉଆସ କୁ ଆସିଥାନ୍ତି । ଆଜି ଦ୍ୱିତୀୟା ଓଷା ତିଥି ପଡୁଥିବାରୁ ମା ଖିଲାମୁଣ୍ଡା ସୁଦୁର ଘଞ୍ଚ ଜଙ୍ଗଲ ରୁ ରାଜବାଟି କୁ ଆସିଛନ୍ତି ।

ସେଥିପାଇଁ ଘଞ୍ଚ ଜଙ୍ଗଲ ରାଆଁଳା , ସାନ ଚାକୁଣ୍ଡାଝର , ଭେଟବର ,ଧଁମଡା , କରଡାପଲ୍ଲା , ଡୁବୁରି ଗଡ , କଳାମାଟିଆ , ନୂଆ ନନ୍ଦପୁର , ନନ୍ଦପୁର , ଗାଁ ବାଣିକିଲୋ ଠାରୁ  ବାଲମୁକୁଳି ଠାକୁରାଣୀ ପର୍ଯ୍ୟନ୍ତ ସମସ୍ତ ଜାଗା ରେ ଭୋଗ ଖାଇ ଖାଇ ରାଜବାଟି ରେ ପହଂଚି ଥିବା ଜଣାପଡିଛି । ଏତଦ୍ ବ୍ୟତୀତ ରଣପୁର ଅଂଚଳ ର ପୁରପଲ୍ଲୀ ରେ ମାଙ୍କ ପାଇଁ ଷୋଳ ପୂଜା ର ପ୍ରଥମ ପୂଜା ସହ କାଠି ଉପବାସ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.