Home ଜିଲ୍ଲା ପରିକ୍ରମା ଷଷ୍ଠ ଦିବସରେ ମା’ ଭଦ୍ରକାଳୀଙ୍କ ମହାସରସ୍ୱତୀ ବେଶ

ଷଷ୍ଠ ଦିବସରେ ମା’ ଭଦ୍ରକାଳୀଙ୍କ ମହାସରସ୍ୱତୀ ବେଶ

55

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଷଷ୍ଠ ଦିବସରେ ମା’ ଆଜି ମହାସରସ୍ୱତୀ ବେଶରେ ପୂଜାପାଇଛନ୍ତି । ମହାସରସ୍ୱତୀ ବେଶରେ ମା’ ଶ୍ୱେତ ବସ୍ତ୍ର ପରିଧାନ କରିଥିବା ବେଳେ ମା’ଙ୍କର ମୁଖ ମଣ୍ଡଳ ମଧ୍ୟ ଶ୍ୱେତ ବର୍ଣ୍ଣ ଥିଲା । ପଦ୍ମାସନରେ ମା’ ବିରାଜମାନ କରିଥିବା ବେଳେ ହଂସ ମା’ଙ୍କର ବାହନ ଥିଲା । ହସ୍ତଯୁଗଳରେ ବୀଣା ଧାରଣ କରିଥିଲେ ମା’ ଏବଂ ତୃତୀୟ ହସ୍ତରେ ଜପାମାଳି ଓ ଚତୁର୍ଥ ହସ୍ତରେ ପୁସ୍ତକ ଧାରଣ କରିଥିଲେ । ସ୍ୱର୍ଣ୍ଣ ଓ ରୋପ୍ୟ ଅଳଙ୍କାରରେ ଭୂଷିତା ହୋଇ ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା’ । ମା’ଙ୍କୁ ମହାସରସ୍ୱତୀ ବେଶରେ ଦର୍ଶନ କଲେ ବିଦ୍ୟା, ବୁଦ୍ଧି ଓ ଜ୍ଞାନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ସଂସାରରୁ ଅଜ୍ଞାନ ଅନ୍ଧକାରକୁ ଦୂର କରି ଜ୍ଞାନାଲୋକରେ ଆଲୋକିତ କରିବା ସକାଶେ ମା’ ମହାସରସ୍ୱତୀ ବେଶ ଧାରଣ କରିଛନ୍ତି । ଆସନ୍ତାକାଲି ସପ୍ତମାତୃକା ବେଶର ଅନ୍ତିମ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ପୂଜା ପାଇବେ ଏବଂ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତୀ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.