Home ଜିଲ୍ଲା ପରିକ୍ରମା ଶ୍ୟାମସୁନ୍ଦର ସେବାସଦନକୁ ସରକାର ହାତକୁ ନେବା ପାଇଁ ଦାବି

ଶ୍ୟାମସୁନ୍ଦର ସେବାସଦନକୁ ସରକାର ହାତକୁ ନେବା ପାଇଁ ଦାବି

10

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଂଚାୟତ ଅନ୍ତର୍ଗତ ସାରୋ ଗ୍ରାମରେ ଯାତ୍ରାସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ରଙ୍କ ସ୍ମୃତିରେ ସ୍ଥାପିତ ଶ୍ୟାମସୁନ୍ଦର ସେବାସଦନକୁ ସରକାର ହାତକୁ ନେଇ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ଦାବି ହୋଇଛି।୧୯୯୩ ମସିହାରେ ଏହି ସେବାସଦନ ଓଡ଼ିଶା ହାଇକୋର୍ଟବାର ଆସୋସିଏସନର ପୂର୍ବତନ ସଭାପତି ଡ଼ଃ ଅଶୋକ କୁମାର ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା।ଏହି ସେବାସଦନ ଜରିଆରେ ଡାକ୍ତରଖାନା ଗୃହ ନିର୍ମାଣ ସହିତ ଡାକ୍ତରଙ୍କ ପାଇଁ ବାସଗୃହ ଓ ଚିକିତ୍ସା ପାଇଁ ଆବଶ୍ୟକ ଶଯ୍ୟା ଓ ଆନୁସଙ୍ଗିକ ଯନ୍ତ୍ରପାତି ଓ ଔଷଧର ବ୍ୟବସ୍ଥା କରାଯାଇ ରୋଗୀମାନଙ୍କୁ ମାଗଣା ଚିକିତ୍ସା ଯୋଗାଇଦିଆଯାଉଥିଲା।ଏପରିକି ବିଭିନ୍ନ ସମୟରେ ମଧ୍ୟ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା।ମାତ୍ର ଗତ ୨୦୨୦ ମସିହାରୁ ଡ଼ଃ ମହାପାତ୍ରଙ୍କ ମୃତ୍ୟୁ ପରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସୁବିଧା ବନ୍ଦ ରହିଛି।ଏହି ସେବାସଦନକୁ ସରକାର ହାତକୁ ନେଇ ସ୍ଥାନୀୟ ଲୋକଙ୍କ ପାଇଁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଓ ଓଡ଼ିଆ କଳାସଂସ୍କୃତିର ବିଶିଷ୍ଟ ସ୍ମରଣୀୟ ବ୍ୟକ୍ତିତ୍ୱ ଯାତ୍ରାସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ରଙ୍କ ସ୍ମୃତି ରକ୍ଷା ପାଇଁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ଇତି ମଧ୍ୟରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀରଞ୍ଜନ ନାୟକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଆନୁସଙ୍ଗିକ ବ୍ୟବସ୍ଥା ହୃଦବୋଧ କରି ସନ୍ତୋଷ ପ୍ରକାଶ କରି ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଉଭୟ ମଞ୍ଜୁରୀରୋଡ଼ ଓ ଭଣ୍ଡାରିପୋଖରୀର ମଧ୍ୟ ସ୍ଥଳୀରେ ଅବସ୍ଥିତ ଏହି ସାରୋସ୍ଥିତ ‘ଶ୍ୟାମସୁନ୍ଦର ସେବାସଦନ’ କୁ ହାତକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କ ପାଖରେ ଚିକିତ୍ସା ବ୍ୟବସ୍ଥା ସୁଲଭରେ ପହଂଚିବା ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.