Home ଜିଲ୍ଲା ପରିକ୍ରମା ଶ୍ୟାମସୁନ୍ଦରପୁର ପଂଚାୟତକୁ ତିହିଡ଼ି ଥାନା ଅଧୀନରେ ରଖାଯିବାକୁ ଦାବି, ଏସପିଙ୍କୁ ଭେଟିଲେ ପଂଚାୟତବାସୀ

ଶ୍ୟାମସୁନ୍ଦରପୁର ପଂଚାୟତକୁ ତିହିଡ଼ି ଥାନା ଅଧୀନରେ ରଖାଯିବାକୁ ଦାବି, ଏସପିଙ୍କୁ ଭେଟିଲେ ପଂଚାୟତବାସୀ

4

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ଶ୍ୟାମସୁନ୍ଦରପୁର ପଂଚାୟତକୁ ତିହିଡ଼ି ଥାନା ଅଧୀନରେ ରଖିବାକୁ ପଂଚାୟତବାସୀ ଦାବି କରିଛନ୍ତି। ସରପଞ୍ଚ ପବିତ୍ରମୋହନ ମଳିକ, ସୁରେନ୍ଦ୍ର ନାୟକ, ଶରତ ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ରାଉତ ପ୍ରମୁଖ ଏ ସମ୍ପର୍କରେ ସୋମବାର ଜନ ଅଭିଯୋଗ ଶୁଣାଣି ଶିବିରରେ ଏସପି ମନୋଜ ରାଉତଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ପୂର୍ବରୁ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତିହିଡ଼ି ଥାନା ଅଧନରେ ଥିଲା। ପୀରହାଟରେ ନୂତନ ଥାନା ହେବା ପରେ ଶ୍ୟାମସୁନ୍ଦରପୁର ପଂଚାୟତକୁ ପୀରହାଟ ଥାନା ଅଧୀନକୁ ନିଆଯାଇଛି। ଶ୍ୟାମସୁନ୍ଦରପୁର ପଂଚାୟତ ଠାରୁ ପୀରହାଟ ଥାନା ୩୦ କି.ମି. ଦୂର ହେବ। ତିହିଡ଼ି ଥାନା ପଂଚାୟତ ଠାରୁ ମାତ୍ର ୧୫ କି.ମି. ଦୂର ହେବ। ଏହି ଦୂରତାକୁ ବିଚାର ନକରି ସେତେବେଳେ ପଂଚାୟତକୁ ପୀରହାଟ ଥାନା ଅଧୀନରେ ରଖାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶ୍ୟାମସୁନ୍ଦରପୁର ପଂଚାୟତର ଲୋକମାନେ ଆଇନର ସହାୟତା ପାଇଁ ୩୦ କି.ମି. ଦୂରରେ ଥିବା ପୀରହାଟ ଥାନାକୁ ଯାଉଛନ୍ତି। ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ଖର୍ଚ୍ଚାନ୍ତ ହେଉଛନ୍ତି। କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ପୁଲିସ ପହଞ୍ôଚବାରେ ମଧ୍ୟ ବିଳମ୍ବ ହେଉଛି। ଯେଉଁଥିପାଇଁ ଲୋକମାନେ ନ୍ୟାୟ ପାଇବାରେ ବିଳମ୍ବ ହେଉଛି। ତେବେ ପଂଚାୟତକୁ ତିହିଡ଼ି ଥାନା ଅଧୀନରେ ରଖାଗଲେ ପଂଚାୟତର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ପଂଚାୟତବାସୀ ଏସପି ଶ୍ରୀ ରାଉତଙ୍କୁ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.