ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେବଦମ୍ପତି ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହର ଅନନ୍ୟ ପରମ୍ପରା ଓ ପର୍ବ ‘ଶୀତଳ ଷଷ୍ଠୀ’ ଅବସରରେ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦକ୍ଷିଣବାଡ ଗ୍ରାମ ପଂଚାୟତ ଫତେହପୁର ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମନ୍ଦିରରେ ଆୟୋଜିତ “ଶୀତଳ ଷଷ୍ଠୀ” ପର୍ବ ପାଳନ ଅବସରରେ ଯୋଗଦେଇ ଜଗତର କଲ୍ୟାଣ ନିମନ୍ତେ କାମନା କରିବା ସହିତ ବରକର୍ତା ଦିଲ୍ଲୀପ ନାୟକ ଓ କନ୍ୟା ପିତା ବିଷ୍ଣୁ ଚରଣ ଦାସ ଯୋଗମାୟା ମାତା ପାର୍ବତୀଙ୍କ ପିତା ହେବାର ସୌଭାଗ୍ୟ ଲାଭ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଉକ୍ତ ଉତ୍ସବରେ ଉପସ୍ଥିତ ଥିଲେ ବରିଷ୍ଠ ନେତା କୁଶ ନନା, ନାରାୟଣ ଚନ୍ଦ୍ର ମହାପାତ୍ର, ଶଶି ଭୂଷଣ ସାହୁ, ନୃସିଂହ ଚରଣ ସାହୁ, ଶରତ ଚନ୍ଦ୍ର ପଲେଇ, ଧର୍ମେନ୍ଦ୍ର ମହାପାତ୍ର, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ଛାତ୍ର ନେତା ଦେବେନ୍ଦ୍ର ନାୟକ, ପ୍ରଶାନ୍ତ ନାୟକ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଓ ଶ୍ରଦ୍ଧାଳୁ ବୃନ୍ଦ।
Home ଜିଲ୍ଲା ପରିକ୍ରମା ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମନ୍ଦିର ଶୀତଳ ଷଷ୍ଠୀ ଉତ୍ସବରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ








