Home ଜିଲ୍ଲା ପରିକ୍ରମା ଶ୍ରୀ ଶ୍ରୀ ଶନିଦେବଙ୍କ ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବ

ଶ୍ରୀ ଶ୍ରୀ ଶନିଦେବଙ୍କ ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବ

8

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଏରଡା ଗ୍ରାମ ରେ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଶ୍ରୀ ଶ୍ରୀ ଶନିଦେବଙ୍କ ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଏରଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଶ୍ରୀ ଶ୍ରୀ ଶନିଦେବଙ୍କ ଚତୁର୍ଥ ବିଶ୍ୱଶାନ୍ତି ବାଷିକ ଉସୂବ ମହାଯଜ୍ଞ ଆରମ୍ଭ ପୂର୍ବରୁ ପ୍ରଥମ ଦିନରେ ଏରଡା ଗ୍ରାମବାସୀ ମାନଙ୍କ ଦ୍ୱାରା ଭଜନ, କିତନ, ଘଂଟା, ଝାଞ୍ଜ ବଜାଇ ଏକ ବିଶାଳ କଳସ ଶୋଭା ଯାତ୍ରାରେ ଏରଡା ଗ୍ରାମ ପରିକ୍ରମା କରି ଶ୍ରୀ ଶ୍ରୀ ଶନିଦେବଙ୍କ ମନ୍ଦିର ଠାରେ ପହଂଚିବା ପରେ ସେଠାରେ ଉପସ୍ଥିତ ଥିବା ପଣ୍ଡିତ ଓ ପୁରୋହିତ ମାନଙ୍କ ଦ୍ୱାରା ଶ୍ରୀ ଶ୍ରୀ ଶନିଦେବଙ୍କ ପୂଜା, ପାଠ, ହୋମ, ଯଜ୍ଞ ଆରମ୍ଭ କରାଯିବା ସହିତ ଏକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଶ୍ରୀ ଶ୍ରୀ ଶନିଦେବଙ୍କ ସମସ୍ତ ପୂଜା କାର୍ଯ୍ୟ ଶେଷ ହେବା ପରେ ପରେ ଏରଡା ଗ୍ରାମବାସୀ ମାନଙ୍କ ସହ ଶ୍ରୀ ଶ୍ରୀ ଶନିଦେବଙ୍କୁ ଦର୍ଶନ କରିବା ନିମନ୍ତେ ଆସୁ ଥିବା ସମସ୍ତ ଶନିଦେବ ଭକ୍ତ ମାନଙ୍କ ପାଇଁ ଏରଡା ଗ୍ରାମବାସୀ ମାନଙ୍କ ଦ୍ୱାରା ଏହି ଚାରି ଦିନ ଧରି ଏକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଯାହା ସମସ୍ତ ଶନିଦେବ ଭକ୍ତ ମାନେ ଆନନ୍ଦ ର ସହିତ ପ୍ରସାଦ ସେବନ କରିଥିଲେ। ଏହି ବାଷିକ ଉସ୍ୱବ ଓ ବିଶ୍ୱଶାନ୍ତି ମହାଯଜ୍ଞ ରେ ଏରଡା ଗ୍ରାମବାସୀ ମାନଙ୍କ ସହ ପାଖ ଗ୍ରାମ ମାନଙ୍କ ରୁ ଆସିଥିବା ଶହ ଶହ ସଂଖ୍ୟାରେ ମହିଳା, ପୁରୁଷ, ଯୁବକ, ଯୁବତୀ ମାନେ ଯୋଗ ଦେଇ ଶ୍ରୀ ଶ୍ରୀ ଶନିଦେବଙ୍କ ନିକଟରୁ ନିଜ ନିଜର ପରିବାର ଲୋକ ମାନଙ୍କ ପାଇଁ ଆର୍ଶବାଦ ଭିକ୍ଷା କରିଥିବାର ଦେଖିବାକୁ ମିଳିଥିବା ବେଳେ। ଏଥି ସହ ଏହି ସମସ୍ତ ପ୍ରକାର ପୂଜା ରେ ଏରଡା ଗ୍ରାମବାସୀ ମାନଙ୍କ ସହ ପାଖ ଗ୍ରାମରୁ ଆସିଥିବା ଶହ ଶହ ସଂଖ୍ୟାରେ ଶନିଦେବ ଭକ୍ତ ମାନେ ଉପସ୍ଥିତ ରହି ସମସ୍ତ ପୂଜା କାର୍ଯ୍ୟ କୁ ଉପଭୋଗ କରିବା ସହ ଏରଡା ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ପରେ ଶ୍ରୀ ଶ୍ରୀ ମହାବୀର ଶନିଦେବଙ୍କ ସମସ୍ତେ ପୂଜା କାର୍ଯ୍ୟ ଶେଷରେ ପୂର୍ଣ୍ଣାହୁତୀ ଅନୁଷ୍ଠିତ ହୋଇ ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା। ଶ୍ରୀ ଶ୍ରୀ ଶନିଦେବଙ୍କ ବାର୍ଷିକ ଉତ୍ସବ ସହ ବିଶ୍ୱଶାନ୍ତି ମହାଯଜ୍ଞ ଟିକୁ ଏରଡା ଶନିଦେବ ମନ୍ଦିର କମିଟି ର ସଦସ୍ୟ ମାନଙ୍କ ସହ ଏରଡା ଗ୍ରାମ ର ଯୁବକ ସଂଘ ଓ ସମସ୍ତ ଏରଡା ଗ୍ରାମବାସୀ ମାନେ ଉପସ୍ଥିତ ରହି ସମସ୍ତ ପ୍ରକାର କାର୍ଯ୍ୟ ଶେଷ କରିଥିବାର ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.