ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ରାନ୍ଦିଆ ଗ୍ରାମ ପଂଚାୟତ ଅନ୍ତର୍ଗତ କୋରଂଟ (ବ୍ରାହ୍ମଣସାହି) ଗ୍ରାମରେ ଏକ ପବିତ୍ର ଓ ଆନନ୍ଦମୟ ପରିବେଶରେ ଶ୍ରୀ ଶ୍ରୀ ରାଧାଗୋବିନ୍ଦ ମନ୍ଦିର ପ୍ରତିଷ୍ଠା ଉତ୍ସବ ଭବ୍ୟ ଭାବରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ବାପୁଜୀ ପାଣିଗ୍ରାହୀ ଙ୍କ ବାସଭବନରେ ଆୟୋଜିତ ଏହି ଆଧ୍ୟାତ୍ମିକ ଅବସର ଗ୍ରାମବାସୀଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ ହୋଇ ରହିଲା। ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଧାଗୋବିନ୍ଦଙ୍କ ଅଶୀର୍ବାଦ ଗ୍ରହଣ କରିବା ସହ ସମଗ୍ର ଜଗତର ଶାନ୍ତି, ସମୃଦ୍ଧି ଓ ସର୍ବମଙ୍ଗଳ କାମନା କରିଥିଲେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ବିକାଶ ଶ୍ରେଷ୍ଠା ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଭକ୍ତମାନଙ୍କ ଭକ୍ତିର ସ୍ୱର ଓ ହରିନାମ ସଙ୍କୀର୍ତନରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଭାବନାରେ ଭରିଯାଇଥିଲା। ରାଧାଗୋବିନ୍ଦଙ୍କ କୃପା ସଦା ସର୍ବଦା ସମସ୍ତଙ୍କ ଉପରେ ବର୍ଷିତ ହେଉ ବୋଲି ଶ୍ରୀ ସାମଲ ପ୍ରାର୍ଥନା କରିଥିଲେ।








