Home ଜିଲ୍ଲା ପରିକ୍ରମା ଶ୍ରୀ ଶ୍ରୀ ରାଧାକୃଷ୍ଣ ସେବା ସମିତି ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ

ଶ୍ରୀ ଶ୍ରୀ ରାଧାକୃଷ୍ଣ ସେବା ସମିତି ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ

112

ରାଉରକେଲା ୨୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସେକ୍ଟର-୧୫ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମି ଓ ନନ୍ଦ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଶ୍ରୀ ଶ୍ରୀ ରାଧାକୃଷ୍ଣ ସେବା ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତୀ ଦର୍ଶନ କରିବା ପାଇଁ ଆଖପାଖ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଜନ୍ମାଷ୍ଟମି ଓ ନନ୍ଦ ଉତ୍ସବରେ ମନ୍ଦିରରେ ପହଂଚିଥିଲେ। ଜନ୍ମାଷ୍ଟମି ଅବସରରେ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପୁଜାର୍ଚ୍ଚନା ସହିତ ସଂଧ୍ୟା ଆଳତୀ ଅନୁଷ୍ଠିତ ହୋଇଥିଲା। ଶଂଖ, ହୁଳହୁଳୀ ମଧ୍ୟରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତକୁ ଝୁଲଣ ଦୋଳୀରେ ଝୁଲିବାର ଅପୂର୍ବ ଦୃଶ୍ୟ ଭକ୍ତଙ୍କୁ ବିମୋହିତ କରିଥିଲା। ସେକ୍ଟର-୬ ସରସ୍ୱତୀ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀମାନେ ରାଧାକୃଷ୍ଣ ବେଶରେ ଆସି ମନ୍ଦିର ପରିକ୍ରମା କରିଥିଲେ। ଶତାଧିକ ଭକ୍ତଙ୍କ ଗହଣରେ ସେମାନଙ୍କ ଆକର୍ଷଣୀୟ ବେଶ ଆନନ୍ଦମୟ ସୃଷ୍ଟି କରିଥିଲା। ସଂଧ୍ୟାରେ ସେକ୍ଟର-୧୫ ଶନି ମନ୍ଦିର ପକ୍ଷରୁ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଆ କୋଳରେ ସ୍ୱତିକ କୃଷ୍ଣ ବେଶରେ ଥିଲେ।

ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ରାଜଙ୍କ ଅଧ୍ୟକ୍ଷତାରେ ଉଭୟ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମିତିର ସାଧାରଣ ସମ୍ପାଦକ ସୁଶାନ୍ତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନାରାୟଣ ଚନ୍ଦ୍ର ମହାନ୍ତ, ସତ୍ୟବାନ ପ୍ରଧାନ, ପ୍ରସନ୍ନ କୁମାର ତ୍ରିପାଠୀ, ଲକ୍ଷ୍ମଣ ପ୍ରଧାନ, ପ୍ରଶାନ୍ତ ସାମଲ, ହେମନ୍ତ ବିଶ୍ୱାଳ, ସମୀର ରଂଜନ ଦାଶ, ବିଷ୍ଣୁ ଚରଣ ବିଶ୍ୱାଳ, ରଂଜୁ ମହାନ୍ତି, କମଳାକାନ୍ତ ସାମଲ, ଧବଳେଶ୍ୱର ବିଶ୍ୱାଳ, ବାବୁ ସାମନ୍ତରାୟ, ପୁରୁଷୋତମ ବେହେରା, ନିଗମାନନ୍ଦ ନାୟକ, ଶିବରାମ ପୁହାଣ, ପ୍ରମୋଦ ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, ସନ୍ତୋଷ ଦାସ, ନିତ୍ୟାନନ୍ଦ ଜେନା, ପ୍ରତାପ ମେକାପ, ସୁରେଶ ରାଉତ, କବିରାଜ ନାୟକ, ନାରାୟଣ ସାମଲ, ବିପିନ ମହାରାଣା, ଜନାର୍ଦ୍ଦନ ବିଶ୍ୱାଳ, ରଂଜନ ସାହୁ, ସୁକଦେବ ସାହୁ, ପ୍ରଭାତ ମହାନ୍ତି, ରଶ୍ମୀ ରଂଜନ ସାହୁ, ଜଗନ୍ନାଥ ମହାନ୍ତି, ପ୍ରଦିପ ଦାଶ, କପିଳେଶ୍ୱର ମିଶ୍ର, ବିଶ୍ୱନାଥ ଦାଶ, ଗୋପାଳ ନାୟକ, ମିତ୍ର ନାରାୟଣ ଧଳ, ସନ୍ତୋଷ ପାଢୀ. ନନ୍ଦ ନନା ପ୍ରମୁଖ ପୂର୍ଣ୍ଣ ସହଯୋଗ କରି ଦର୍ଶନାଭିଳାଶୀ ମାନଙ୍କୁ ଶାନ୍ତି ଶୁଂଖଳାର ସହ ରାଧାକୃଷ୍ଣଙ୍କୁ ଦର୍ଶନ କରିବାର ବ୍ୟବସ୍ଥା କରିଥିଲେ। ବସୁଦେବ ଭୂମିକାରେ ମନୋଜ ନାୟକ ଅବତୀର୍ଣ୍ଣ ହୋଇଥିଲେ। ସ୍ଥାନୀୟ ପୁଲିସ ପକ୍ଷରୁ ଉଭୟ ଦିବସରେ ଶାନ୍ତିଶୁଂଖଳାର ବ୍ୟବସ୍ଥା କରାଯାଇଥିଲା। ଶେଷରେ ସୁଶାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.