ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରମପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ପୂତ ଆଶୀର୍ବାଦ ବହନ କରି ଭଦ୍ରକ ସତସଙ୍ଗ ବିହାର ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶୁଭ ୧୩୬ତମ ଆବିର୍ଭାବ ଉତ୍ସବ ଓ ଭଦ୍ରକ ଶ୍ରୀମନ୍ଦିରର ୧୯ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ଦିବ୍ୟ ସତସଙ୍ଗ ଓ ଦିବସବ୍ୟାପୀ ଆଧ୍ୟାତ୍ମିକ କାର୍ଯ୍ୟ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ । ସମସ୍ତ ଗୁରୁଭାଇ ଓ ମା ମାନେ ନିଜ ନିଜ ଅଂଚଳର ଜୀବନପ୍ରେମୀ ସମସ୍ତ ଲୋକମାନଙ୍କୁ ଏହି ଐଶୀ ଅନୁଷ୍ଠାନରେ ଯୋଗଦେବାକୁ ସବିନୟ ଅନୁରୋଧ କରାଯାଇଛି । ବିଶେଷକରି ଯେଉଁ ଗୁରୁ ଭାଇ ଓ ମା ମାନେ ଆଜି ଦୂରେଇ ଯାଇଛନ୍ତି, ସେମାନଙ୍କୁ ଏହି ପବିତ୍ର ଉତ୍ସବକୁ ଆମନ୍ତ୍ରିତ କରି ଆଣିବାକୁ ଚେଷ୍ଟା କରିବାକୁ ଅନୁରୋଧ କରାଯାଇଛି । ଆସନ୍ତା ୧୧ ତାରିଖର ଦିବସବ୍ୟାପୀ କାର୍ଯ୍ୟକ୍ରମ ବ୍ରାହ୍ମ ମୁହୁର୍ତ୍ତେ ବେଦ ମାଙ୍ଗଳିକ ଓ ନହବତ୍, ପ୍ରତ୍ୟୁଷେ ଉଷା କୀର୍ତ୍ତନ, ପ୍ରାତଃ ୬.୧୩ ମିନିଟ୍ରେ ବିନତି ପ୍ରାର୍ଥନା ଓ ଧର୍ମ ଗ୍ରନ୍ଥାଦି ପାଠ, ପୂର୍ବାହ୍ନ ୭ ଘଟିକା ସଂଗୀତାଞ୍ଜଳୀ, ପୂର୍ବାହ୍ନ ୮ ଘଟିକା ଉତ୍ସବ ପ୍ୟାଣ୍ଡେଲରେ ଭଜନ ସମାରୋହ, ପୂର୍ବାହ୍ନ ୧୦ ଘଟିକା ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ବଡମା ଓ ଶ୍ରୀ ଶ୍ରୀ ବଡଦାଙ୍କର ଭୋଗ ନିବେଦନ, ଦିବା ୧୧.୩୦ ମିନିଟ୍ ରେ ସତସଙ୍ଗ ସଦାଲୋଚନା, ଦିବା ୧.୩୦ ମିନିଟ୍ରେ ଆନନ୍ଦ ବଜାରରେ ପ୍ରସାଦ ସେବନ, ଦିବା ୩ ଘଟିକା ମାତୃ ସମ୍ମିଳନୀ, ସନ୍ଧ୍ୟା ୫.୪୧ ମିନିଟ୍ ସନ୍ଧ୍ୟା ବିନତି ପ୍ରାର୍ଥନା, ସନ୍ଧ୍ୟା ୬ ଘଟିକା ଆଲୋକ ସଜ୍ଜା ଓ ଆତସବାଜି ପ୍ରଦର୍ଶନ, ସନ୍ଧ୍ୟା ୭ ଘଟିକା ସତସଙ୍ଗ, ଦିବସ ବ୍ୟାପୀ ଦୀକ୍ଷା ଓ ଡି.ପି. ୱାର୍କ ରହିଛି । ଏହି ମହାମହୋତ୍ସବରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।