Home ଜିଲ୍ଲା ପରିକ୍ରମା ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

7

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି ବଦଳି ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁଚାରୁ କୁମାର ବଳ ଭଦ୍ରକ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି । ଜିଲ୍ଲାପାଳଙ୍କୁ ସାକ୍ଷାତକରି କାର୍ଯ୍ୟରେ ଯୋଗ ଦେଲାପରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଶ୍ରୀଯୁକ୍ତ ଟୁଡ଼ୁଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ସାଗରିକା ସାହୁ, ପ୍ରମିଳା ମଲ୍ଲିକ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଶ୍ରୀଯୁକ୍ତ ବଳଙ୍କୁ ସ୍ୱାଗତ କରିଥିଲେ । ଏହା ପୂର୍ବରୁ ଶ୍ରୀଯୁକ୍ତ ବଳ ନୟାଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ପୂର୍ବରୁ ବିଭିନ୍ନ ପଦ ପଦବୀରେ ରହି ଦକ୍ଷତାର ସହିତ କାର୍ଯ୍ୟ କରି ଆସିଛନ୍ତି । ଭଦ୍ରକ ଜିଲ୍ଲାର ବିକାଶ ଦିଗରେ ବିଭିନ୍ନ ବିଭାଗ ଜରିଆରେ ସମସ୍ତ ସରକାରୀ ଯୋଜନା ଗୁଡ଼ିକର ସଠିକ କାର୍ଯ୍ୟକାରୀତା ନେଇ ଅତିରିକ୍ତ ଜିଲ୍ଲାପାଳ ଭାବେ ସୁଚାରୁ ରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ ବୋଲି ଶ୍ରୀଯୁକ୍ତ ବଳ ପ୍ରକାଶ କରିଛନ୍ତି । ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଟୁଡ଼ୁଙ୍କର ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରଶାସନିକ ଅଧିକାରୀ ପଦବୀକୁ ବଦଳି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.