Home ଜିଲ୍ଲା ପରିକ୍ରମା ଶ୍ରୀ ଶ୍ରୀ ଉଦ୍ରେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହମାନଙ୍କ ପ୍ରାଣପ୍ରତିଷ୍ଠା

ଶ୍ରୀ ଶ୍ରୀ ଉଦ୍ରେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହମାନଙ୍କ ପ୍ରାଣପ୍ରତିଷ୍ଠା

1

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ କେଦାରପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପରିବିନ୍ଧାରସଳପୁର ଗ୍ରାମ ଭକ୍ତିମୟ ପରିବେଶରେ ମଗ୍ନ ହୋଇଥିଲା। ପବିତ୍ର ଶ୍ରୀ ଶ୍ରୀ ଉଦ୍ରେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହମାନଙ୍କ ପ୍ରାଣପ୍ରତିଷ୍ଠା ମହୋତ୍ସବ ଅବସରରେ ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଆନନ୍ଦର ସହିତ ସମ୍ପନ୍ନ ହୋଇଥିଲା। ଏହି ପବିତ୍ର ଅବସରରେ ମହାଦେବଙ୍କ ଦର୍ଶନ କରି ଭଦ୍ରକ ଜିଲ୍ଲାର ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ହୃଦୟଙ୍ଗମ ପ୍ରାର୍ଥନା କରିଥିଲେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବରିଷ୍ଠ ନେତା ବିପ୍ଲବ ମହାନ୍ତି, ଯୁବନେତା ବିକାଶ ଶ୍ରେଷ୍ଠା ଙ୍କ ସହ ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ଏବଂ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ। ଭକ୍ତି, ଏକତା ଓ ସମର୍ପଣର ଏହି ଦିବ୍ୟ ମୁହୂର୍ତ ଗ୍ରାମବାସୀଙ୍କ ମନରେ ନୂଆ ଆଶା ଓ ଆଧ୍ୟାତ୍ମିକ ଶକ୍ତିର ସଂଚାର କରିଥିଲା। ମହାଦେବଙ୍କ ଅସୀମ କୃପା ସମସ୍ତଙ୍କ ଉପରେ ରହୁ ବୋଲି ପ୍ରାର୍ଥନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.