Home ଜିଲ୍ଲା ପରିକ୍ରମା ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ସର୍ବ ବୃହତ ଜଗତ ମଙ୍ଗଳ ଜାଗର ଦୀପ

ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ସର୍ବ ବୃହତ ଜଗତ ମଙ୍ଗଳ ଜାଗର ଦୀପ

39

ପୁରୀ ୨୮-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ ଅବସରରେ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଓଡିଶାର ସର୍ବବୃହତ ଜଗତ ମଙ୍ଗଳ ଜାଗରଦୀପ ପ୍ରଜ୍ୱଳିତ ହୋଇଛି। ପାର୍ବତୀ ସାଗର ନିକଟରେ ଏହି ଦୀପକୁ ବିଧାୟକ ଜୟନ୍ତ ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଦୀପ ଲଗାଇ ପ୍ରଜ୍ୱଳିତ କରିଥିଲେ। ପଙ୍କୋଦ୍ଧାର ଏକାଦଶୀ ଠାରୁ ଏହି ବୃହତ ଦୀପ ଶିବରାତ୍ରୀ ପର୍ଯ୍ୟନ୍ତ ପ୍ରଜ୍ୱଳିତ ହେବ। ପ୍ରାୟ ଛଅଫୁଟ ଲମ୍ବ,, 4 ଫୁଟ ଓସାର ଏବଂ ଅଢେଇ ଫୁଟ ଗଭୀର ଏହି ବୃହତ ଦୀପରେ ପ୍ରାୟ ଅଢେଇ କୁଇଣ୍ଟାଲ ଘିଅ ଢଳାଯିବା। ପବିତ୍ର ଶିବରାତ୍ରି ବା ଜାଗର ଦିନ ମହାଦୀପ ଉଠିବା ପରେ ଏହି ବୃହତ ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ। ଉତ୍ସବରେ ଉପଜିଲ୍ଲାପାଳ ଭବତାରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଦୀପର ଆୟୋଜକ ସମାଜସେବୀ ରାମକୃଷ୍ଣ ହୋତାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.