Home କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପାଖ ରାସ୍ତାକୁ କାଟିଦିଆଯିବା ଯୋଗୁ ଗାଡି ଚଲାଚଳ ବନ୍ଦ

ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପାଖ ରାସ୍ତାକୁ କାଟିଦିଆଯିବା ଯୋଗୁ ଗାଡି ଚଲାଚଳ ବନ୍ଦ

48

କେନ୍ଦ୍ରାପଡ଼ା, ୨ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପରିତ୍ୟକ୍ତ କେନ୍ଦ୍ରାପଡା ଆଞ୍ଚଳିକ ବାଣିଜ୍ୟ ଓ ସହଯୋଗ ସମିତି ପରିସର ଏବଂ ଏହାର ପାଖଆଖ ଅଞ୍ଚଳରୁ ଜଳ ନିଷ୍କାସନ ହୋଇପାରୁନଥିବାରୁ ବର୍ଷରେ ୪ମାସ ସେହି ଅଞ୍ଚଳ ପାଣିରେ ବୁଡି ରହୁଛି। ଏହାକୁ ଦୃଷ୍ଟିରେ ରଖି ପୌରସଂସ୍ଥା ପକ୍ଷରୁ ତିନିମୁହାଣୀ-ଅଙ୍ଗୁଳାଇ ରାସ୍ତାର ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପାଖ ତୋରଣ ପାଖରେ ଅପରପାଶ୍ୱର୍କୁ ଜଳନିଷ୍କାସନ ପାଇଁ ମୁଖ୍ୟ ରାସ୍ତା କଟାଯାଇ ରାସ୍ତାତଳେ ଜଳ ନିଷ୍କାସନ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ମଧ୍ୟରେ ୧୫ଦିନ ବିତିଯାଇଥିଲେ ମଧ୍ୟ ଠିକାଦାରଙ୍କ ଅବହେଳାରୁ ଏହି କାର୍ଯ୍ୟ ଶେଷ ହେବାତ ଦୂରର କଥା ଅଧାବି ହୋଇପାରିନାହିଁ। ଯାହାଫଳରେ କି ଏହି ବାଟଦେଇ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଏବଂ ଅଙ୍ଗୁଳାଇ, ଓରତଘାଟ ଓ ମାର୍ଶାଘାଇ ଅଞ୍ଚଳକୁ ଗାଡି ଚଳାଚଳ ହୋଇପାରୁନାହିଁ। ଯାହାଫଳରେ କି ସେ ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ତେଣୁ ଜଳ ନିଷ୍କାସନ ଡ୍ରେନର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରି ମୁଖ୍ୟ ରାସ୍ତାରେ ଗାଡି ଚଳାଚଳର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.