Home ଜିଲ୍ଲା ପରିକ୍ରମା ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

49

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ୍‌-୧୯ କଟକଣା ଯୋଗୁଁ ଜୀବିକା ହରାଇଥିବା କଳାକାରଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ସ୍ୱତନ୍ତ୍ର କରୋନା ସହାୟତା ରାଶି ପ୍ରଦାନ, ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ରାଶି ୩ ହଜାରକୁ ବୃଦ୍ଧି, ବିଭିନ୍ନ ଲୋକକଲ୍ୟାଣ କାର୍ଯ୍ୟକ୍ରମ ସମେତ କରୋନା ମହାମାରୀ ସଂକ୍ରମଣକୁ ରୋକିବା ଦିଗରେ ବ୍ୟାପକ ସଚେତନତା ନିମନ୍ତେ ପାଲା ପ୍ରଦର୍ଶନର ସୁଯୋଗ ଦେବା, ପାଲା କଳାକାରଙ୍କୁ ଅନ୍ୟୁନ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଅନ୍ତର୍ଭୁକ୍ତ କରିବା, ପାଲା କଳା ଓଡ଼ିଶାର ନିଜସ୍ୱ ମୌଳିକ ଓ ପ୍ରଦର୍ଶନ କଳା ହୋଇଥିବାରୁ ଏହାର ମୌଳିକତାର ସୁରକ୍ଷା ନିମିତ୍ତ ପାଲା ଏକାଡେମୀ ପ୍ରତିଷ୍ଠା କରିବା, ସମସ୍ତ ପାଲା ମଂଚକୁ ଅନ୍ତତଃ ପକ୍ଷେ ୫ ଦିନ ପାଲା ପରିବେଷଣ ପାଇଁ ଆର୍ଥିକ ସାହାଯ୍ୟ, ପରିଷଦର କାର୍ଯ୍ୟାଳୟ, ସଭାଗୃହ ଓ ପାଠାଗାର ନିମନ୍ତେ ରାଜଧାନୀରେ ବିନା ମୂଲ୍ୟରେ ଜମି ଯୋଗାଇଦେବା, ପଂଜିକୃତ କଳାକାରମାନଙ୍କୁ କଳାକାର ପରିଚୟ ପତ୍ର ପ୍ରଦାନ କରାଯାଇ ବସ୍ ଓ ରେଳଯାତ୍ରା ଛାଡ କରାଯିବା କିମ୍ବା ରିହାତି ବ୍ୟବସ୍ଥା ଗ୍ରହଣ କରିବା, ଆକସ୍ମିକ ମୃତ୍ୟୁରେ କଳାକାର ପରିବାରଙ୍କୁ ତ୍ୱରିତ ସାହାଯ୍ୟ ୫ ଲକ୍ଷ ଟଙ୍କା ପ୍ରଦାନର ବ୍ୟବସ୍ଥା କରାଯିବା ଏବଂ ରାଜ୍ୟ ସଂଗୀତ ନାଟକ ଏକାଡେମୀରେ ପାଲା ଗାୟକ ପ୍ରତିନିଧିଙ୍କ ଭାଗୀଦାରକୁ ନିଶ୍ଚିତ କରାଯିବା ଭଳି ୧୦ ଦଫା ଦାବି ନେଇ ଆଜି ଶ୍ରୀ ନୀଳାଚଳ ନିଖିଳୋତ୍କକ ପାଲା ଗାୟକ ପରିଷଦ ପକ୍ଷରୁ ସଭାପତି ମଦନ ମୋହନ ଜେନା , ସାଧାରଣ ସଂପାଦକ ବସନ୍ତ କୁମାର ରାଉତ, ନିର୍ଦ୍ଦେଶକ ଅମୀୟ କୁମାର ପଟ୍ଟନାୟକଙ୍କ ସ୍ୱାକ୍ଷର ସମ୍ବଳିତ ଏକ ସ୍ମାରକପତ୍ର ଭଦ୍ରକ ଜିଲାପାଳ ଡ. ଜ୍ଞାନ ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.