Home ଜିଲ୍ଲା ପରିକ୍ରମା ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

21

ପୁରୀ, ୨୪/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀକ୍ଷେତ୍ର ମାଟିରେ ମୁସଲମାନ ଯୁବକ ଅଫତାର ହୁସେନଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି। ପୁରୀ ବଡ଼ଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ପିଠରେ ଏକ ସମ୍ବର୍ଦ୍ଧନା ସଭା ସହ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା। ତେବେ ୨୦୨୦ ଐତିହାସିକ ରଥଯାତ୍ରା ଅନିଶ୍ଚିତତା ଭିତରେ ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ମୁକ୍ତି ମଣ୍ଡପ ପଣ୍ଡିତ ସଭା ରଥଯାତ୍ରାକୁ ଶ୍ରୀମନ୍ଦିର ଭିତରେ କରିବାକୁ ପରାମର୍ଶ ଦେଇଥିଲେ ଓ ଏହାସହ ରଥକାଠ ଅନୁକୂଳ ମଧ୍ୟ ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା। ତେବେ ସେହି ସମୟରେ ଜଣେ ମୁସଲମାନ ଯୁବକ ଅଫତାର ହୁସେନ ରଥଯାତ୍ରା ସପକ୍ଷରେ ମାନ୍ୟବର ସୁପ୍ରିକ କୋର୍ଟଙ୍କ ନିକଟରେ ପକ୍ଷ ରଖିଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମ କୋର୍ଟ ନିଜ ନିଷ୍ପତ୍ତିକୁ ପରିବର୍ତ୍ତନ କରି ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ରାୟ ଶୁଣାଇଥିଲେ। ତେବେ ଅଫତାର ହୁସେନଙ୍କ ଏହି ବଳିଦାନ ସେହି ସମୟରେ ଖୁବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଯାହାକୁ ନେଇ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଫତାର ହୁସେନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.