Home ଜିଲ୍ଲା ପରିକ୍ରମା ଶ୍ରୀ ଜଗନ୍ନାଥ କେବଳ ଓଡ଼ିଶାର ନୁହେଁ ସମଗ୍ର ବିଶ୍ୱର ଦେବତା

ଶ୍ରୀ ଜଗନ୍ନାଥ କେବଳ ଓଡ଼ିଶାର ନୁହେଁ ସମଗ୍ର ବିଶ୍ୱର ଦେବତା

17

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପ୍ରସିଦ୍ଧ ମା’ କାଳୀ ପୂଜା ସମାରୋହରେ ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଭଦ୍ରକ ପକ୍ଷରୁ ସବୁ ବର୍ଷ ପରି ଚଳିତ ବର୍ଷ ଅନୁଷ୍ଠିତ ହୋଇଆସୁଥିବା ‘ମହାସଂସ୍କୃତିର ଜାଗରଣ ଯାତ୍ରା’ ମହୋତ୍ସବରେ ଗତ ୨୩,୨୪,୨୫ ତିନି ଦିନ ଧରି ପୂର୍ବାହ୍ନ ୧୦ ଘଟିକାଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଭଜନ, କୀର୍ତନ, ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଚରମ୍ପା ଷ୍ଟେସନ ବଜାର ପରିକ୍ରମା ଅନୁଷ୍ଠିତ ହୋଇଯାଇଛି। ଏହି ୩ ଦିନ ଧରି ଅନୁଷ୍ଠିତ ହୋଇଆସୁଥିବା ସାନ୍ଧ୍ୟ ଅଧିବେଶନ ଅନୁଷ୍ଠିତ ସଭାରେ ସମିତିର ସହ ଆବାହକ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଓ ସମ୍ମାନନୀୟ ଅତିଥି ଭାବରେ ଭଦ୍ରକର ଆରକ୍ଷୀ ଅଧିକ୍ଷକ, ମନୋଜ କୁମାର ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ, ଡେପୁଟି ଜିଲ୍ଲାପାଳ କାର୍ତିକ ନାଥ ମଣ୍ଡଳ, ୨୪ ତାରିଖରେ ସମ୍ମାନୀତ ଅତିଥି ଭାବରେ ଷ୍ଟେସନ ମ୍ୟାନେଜର ଅଶ୍ୱିନୀ କୁମାର ସାମଲ, ସମ୍ମାନନୀୟ ଅତିଥି ଭାବରେ ମନୋରମା ରାୟ, ଗୀତାଞ୍ଜଳୀ ଅଗସ୍ତି, ପ୍ରବୋଧ କୁମାର ଅଗସ୍ତି, ରବିନାରାୟଣ ଖିଲାର, ଅଶୋକ କୁମାର ନାୟକ, ପ୍ରାଧ୍ୟାପକ ଶିବ ପ୍ରସାଦ ଖାମୁରାଇ ସା, ଅନୀଲ କୁମାର ଦାଶ, ଶଶୀକଳା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦାସ ୨୫ତାରିଖ ସାନ୍ଧ୍ୟ ଅଧିବେଶନରେ ମୁଖ୍ୟ ବକ୍ତା ଭାବରେ ରତିକାନ୍ତ ମହାନ୍ତି, ସମ୍ମାନନୀୟ ଅତିଥି ଭାବରେ କଲ୍ୟାଣୀ ନନ୍ଦ, ପୁଷ୍ପଲତା ଚକ୍ରବର୍ତୀ, ଅର୍ଚ୍ଚନା କର, ସନ୍ତୋଷ କୁମାର ମିଶ୍ର, ଅଧ୍ୟକ୍ଷ ଡା. ନିତ୍ୟାନନ୍ଦ ମିଶ୍ର ପ୍ରମୁଖ ଅତିଥିଗଣ ଯୋଗଦାନ କରି ଶ୍ରୀଜଗନ୍ନାଥ କେବଳ ଓଡ଼ିଶା କିମ୍ବା ଓଡ଼ିଆମାନଙ୍କର ସ୍ୱାଭିମାନର ପ୍ରତୀକ ନୁହନ୍ତି ସମଗ୍ର ବିଶ୍ୱର ଆରାଧ୍ୟ ଦିଅଁ। ଶ୍ରୀଜଗନ୍ନାଥ ସଂସ୍କୃତିକୁ ଆପଣେଇ ପାରିଲେ ଏହା ମାନବ ଜାତିର ଅତି କଲ୍ୟାଣକର ହୋଇପାରିବ। ଯୁବବର୍ଗଗଣ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ବକ୍ତାଗଣ ମତ ପ୍ରକାଶ କରିଥିଲେ। ସମିତିର ପ୍ରବଚିକା ସୁଶ୍ରୀ ତପସ୍ୱିନୀ ପାଢ଼ୀ ଦୀର୍ଘ ତିନି ଦିନ ଧରି ପ୍ରବଚନ ଦେଇଥିଲେ। ସମିତିର ମୁଖ୍ୟ ଉପଦେଷ୍ଟା ସନେଇ ଶିଅଳ ଓ ଶରତ ଚନ୍ଦ୍ର ମହାନ୍ତି, ପଦ୍ମଲୋଚନ ମହାପାତ୍ର, ଶଶୀନାଥ ପଣ୍ଡା, ଲକ୍ଷ୍ମୀଧର ବିଶ୍ୱାଳ, ନିଜ ନିଜର ବକ୍ତବ୍ୟ ରଖିଥିଲେ। ସମିତିର ମୁଖ୍ୟ ଆବାହକ ସେବକ ଶ୍ରୀ ଶରତ କୁମାର ସାହୁ ପ୍ରତ୍ୟେହ ସମିତିର ଲକ୍ଷ୍ୟ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ସମିତିର ସଦସ୍ୟ କାହ୍ନୁ ଚରଣ ଦାଶ ଓ ସନାତନ ସାହୁ ଶ୍ରୀଜଗନ୍ନାଥଙ୍କ ଅନ୍ନପ୍ରସାଦ ରନ୍ଧନ କରି ପରିବେଶଣ କରିଥିଲେ। ସମିତିର ସଦସ୍ୟ ସୁବାସ ଚନ୍ଦ୍ର ବଳ, ରାଜେନ୍ଦ୍ର ପ୍ରସାଦ ଅଗସ୍ତି ପ୍ରବଚିକା ବିଶ୍ୱମୈତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଶିଶୁ ନୃତ୍ୟଶିଳ୍ପୀ ସୁକନ୍ୟା ଦାଶ ଓ ଶିବାନୀ ଭୋଇ ବିଶ୍ୱ ବିଜୟିନୀ ଦାଶ ମହାପାତ୍ରଙ୍କ ତତ୍ୱାବଧାନରେ ନୃତ୍ୟ ପରିବେଷଣ କରିଥିଲେ। ଗଣମାଧ୍ୟମର ପ୍ରତିନିଧିଙ୍କ ଉପସ୍ଥିତି ଆମ୍ଭମାନଙ୍କୁ ବହୁ ଉତ୍ସାହିତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.