ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ରେ ମାର୍ଚ୍ଚ ୨୮ ତାରିଖରେ ଅନୁଷ୍ଠିତ ହେବ ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ । ଏଥିପାଇଁ ଗୁରୁବାର ଅପରାହ୍ନରେ ବ୍ରିଗେଡ଼ ସ୍କୁଲରେ ତିହିଡି ଶ୍ରୀରାମ ନବମୀ ସମିତି ସଭାପତି କିଶୋର ନାୟକଙ୍କ ପୌରହିତ୍ୟରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ମହୋତ୍ସବରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶ୍ରୀରାମ ମନ୍ଦିର ଏବଂ ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ବଜାରରେ ବ୍ୟାରିକେଟ ତିଆରି ହେବ । ଯେମିତି ବିଭିନ୍ନ ଅଂଚଳରୁ ମହୋତ୍ସବ ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ କୌଣସି ସମସ୍ୟା ଉପୁଜିବ ନାହିଁ । ଏଥିସହ ତିହିଡି଼ କଲେଜ ଛକ ଏବଂ ତହସିଲ ଛକରେ ବାଇକ, ଓ କାର ଷ୍ଟାଣ୍ଡର ବ୍ୟବସ୍ଥା କରାଯିବ । ଏବେ ତିହିଡି଼ ବଜାର ଉଭୟ ପାର୍ଶ୍ୱରେ ନିର୍ମାଣାଧୀନ ଥିବା ଡ୍ରେନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଉତ୍ସବ ପୂର୍ବରୁ କେମିତି ଶେଷ ହେବ ସେ ଦିଗରେ ଦୃଷ୍ଟି ଦିଆଯିବ । ମହୋତ୍ସବ ପରଦିନ ବଜାରକୁ ସଫେଇ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ମହୋତ୍ସବ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ଗଣଦୌଡ଼, ବାଇକ ଓ ସାଇକେଲ ଶୋଭାଯାତ୍ରା କିପରି ଶୃଙ୍ଖଳାର ସହ ସମାପନ ହେବ ସେଦିଗରେ ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ମହୋତ୍ସବରେ ବିଭିନ୍ନ ଅଂଚଳରୁ ୫୨ଟି ପ୍ରଜ୍ଞାପନ ମେଢ ଯୋଗଦେବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।ବୈଠକରେ ଉପସଭାପତି ରବିନ୍ଦ୍ର ଦାସ,ସମ୍ପାଦକ ଯଯାତି କେଶରୀ ଦାସ, ସହ ସମ୍ପାଦକ ରାଜେଶ ନାୟକ, କୋଷାଧ୍ୟକ୍ଷ ନୀଳମଣି ସାବତ,ସର୍ବବ୍ୟବସ୍ଥା ପ୍ରମୁଖ ସୀତାକାନ୍ତ ନାୟକ, ବ୍ୟବସ୍ଥା ପ୍ରମୁଖ ଶୁଭ୍ରନାରାୟଣ ସେଠୀ, ବରିଷ୍ଠ ଉପଦେଷ୍ଟା ଡ ଲକ୍ଷ୍ମୀଧର ତ୍ରିପାଠୀ, ସୋମନାଥ ପାଢ଼ୀ, ଚନ୍ଦ୍ରକାନ୍ତ ମହାନ୍ତି,ଦୀନବନ୍ଧୁ ପତି, ସରୋଜ ଦାସ, ସୁରେନ୍ଦ୍ର ନାୟକ, ରଘୁନାଥ ପାତ୍ର, ପି ହୃଷିକେଶ, ଶୁକଦେବ ମଲିକ,ଗିରିଜା ରମଣ ଜେନା, ବିଶ୍ୱଜିତ ବେହେରା, ପ୍ରତାପ ଜେନା, ଧୀରେନ୍ଦ୍ର ସାହୁ, ପ୍ରଭାତ ଜେନା, ଦେବବ୍ରତ ପାଢ଼ୀ,ଗଙ୍ଗାଧର ଦତ, ମନୋଜ ସେନାପତି,ବସନ୍ତ ମହାପାତ୍ର, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜୟ ନାୟକ, ପ୍ରଶାନ୍ତ ବଳ, ନିତ୍ୟାନନ୍ଦ ଜେନା, ତପନ ପଣ୍ଡା, ନିରଞ୍ଜନ ମହାରଣା,କେଶବ ବେହେରା, ହରିଶ୍ଚନ୍ଦ୍ର ନାୟକ,ସିଲୁ ବେହେରା,ଗଣେଶ କର, ଲୋକେଶ ପାଣିଗ୍ରାହୀ, ତପୁନ ପାଣି, ସୁରେଶ ପାତ୍ର, ପ୍ରିୟବ୍ରତ ପାଢ଼ୀ, ପ୍ରଶାନ୍ତ ନାୟକ, ଉଦୟ ଓଝା,ଗୌତମ ନାୟକ, ଦେବ ନାୟକ, ଅନୀଲ ନାୟକ, ଶିବ ପ୍ରସାଦ ନାୟକ,ତପନ ନାୟକ,ପ୍ରମୁଖ କାର୍ଯ୍ୟକର୍ତାଙ୍କ ସମେତ ବିଭିନ୍ନ ସଙ୍ଗଠନର କର୍ମକତା ଉପସ୍ଥିତ ଥିଲେ ।








