Home ଜିଲ୍ଲା ପରିକ୍ରମା ଶ୍ରୀରାମ ନବମୀ ମହୋତ୍ସବ, ୫୦୦୮ ମହିଳାଙ୍କ କଳସ ଶୋଭାଯାତ୍ରା ଓ ଆଜ୍ଞାମାଳ ଯାତ୍ରା ଅନୁଷ୍ଠିତ

ଶ୍ରୀରାମ ନବମୀ ମହୋତ୍ସବ, ୫୦୦୮ ମହିଳାଙ୍କ କଳସ ଶୋଭାଯାତ୍ରା ଓ ଆଜ୍ଞାମାଳ ଯାତ୍ରା ଅନୁଷ୍ଠିତ

36

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ଉପଲକ୍ଷେ ଚଳିତ ବର୍ଷ ରୀତିନୀତି ଅନୁଯାୟୀ ଆଜି କଳସ ଶୋଭାଯାତ୍ରା, ଆଜ୍ଞାମାଳ ଅଣାଯିବା କାର୍ଯ୍ୟ ସହିତ ଯଜ୍ଞ କର୍ମ ଆରମ୍ଭ ହୋଇଛି। ପୂର୍ବାହ୍ଣରେ ତିନୋଟି ଆଧ୍ୟାତ୍ମିକ ସ୍ଥଳୀ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣି, ଯାଜପୁର ମା’ ବିରଜା ଓ ଭଦ୍ରକର ମା’ ଭଦ୍ରକାଳୀଙ୍କ ପୀଠ ସମେତ ଚଳିତ ବର୍ଷ ପ୍ରଥମ କରି ପବିତ୍ର ଅଯୋଧ୍ୟା ଧାମର ଶ୍ରୀରାମ ମନ୍ଦିରରୁ ଆସିଥିବା ଆଜ୍ଞାମାଳ ଚରମ୍ପା ବରାଳ ପୋଖରୀ ଶ୍ରୀ ହନୁମାନ ମନ୍ଦିରରୁ ଶତାଧିକ ଭକ୍ତଙ୍କ ଦ୍ୱାରା ଅଣାଯାଇ ଗାନ୍ଧୀପଡ଼ିଆ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। ଶ୍ରୀରାମ ନବମୀ ମହାଯଜ୍ଞ ନିମନ୍ତେ ସହରର ବାବା ଲୋକନାଥ ମନ୍ଦିରରୁ ଘଟ ଅଣାଯାଇ ଯଜ୍ଞାରମ୍ଭ ହୋଇଥିଲା। ଅପରାହ୍ନ ୪ଘଟିକାରେ ୫ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାର ମହିଳାମାନେ ଗାନ୍ଧୀପଡ଼ିଆ ଯଜ୍ଞସ୍ଥଳରୁ ବାହାରି ଅସ୍ତଳ ଗ୍ରାମ ହୋଇ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ସାଳନ୍ଦୀ ନଦୀ ଘାଟରେ ପହଞ୍ଚିଥିଲେ। ସେଠାରେ ରୀତିନୀତି ଅନୁଯାୟୀ ପୂଜା ପରେ ମହିଳାମାନେ ଘଟୋତଳନ କରିଥିଲେ। ପରେ ଶୋଭାଯାତ୍ରାରେ ବନ୍ତ ଛକ, ଅପର୍ତିବିନ୍ଧା ଛକ, କଚେରୀ ବଜାର, ଟାଉନହଲ ଛକ, ନୂଆବଜାର ହୋଇ ଗାନ୍ଧୀ ପଡ଼ିଆକୁ ଫେରିଥିଲେ। ଯଜ୍ଞ ମଣ୍ଡପରେ ରୀତିନୀତି ମୁତାବକ ପୂଜାକର୍ମ ଆରମ୍ଭ କରାଯାଇଛି। ଆଜିଠାରୁ ଏହି ପୂଜା ଯଥା, ରାମ ନବମୀ ଯଜ୍ଞ, ହନୁମାନ ଚାଳିଶା ପାଠ ଆଦି ୩ ଦିନ ଧରି ଅନୁଷ୍ଠିତ ହେବ। ଏହି ଯଜ୍ଞ କର୍ମରେ କର୍ତାକର୍ତ୍ରୀ ଭାବେ ସନାତନ ସାହୁ, ପ୍ରହ୍ଲାଦ ନାୟକ, ଅମ୍ବିକା ପ୍ରସନ୍ନ ଦାସ, ସନ୍ତୋଷ ସାହୁ, ରବି ସାହୁ ସପତ୍ନୀକ ସଂକଳ୍ପ କରିଛନ୍ତି। ଆଜି ବାବା ଆଖଣ୍ଡଳମଣିଙ୍କ ପୀଠରୁ ଶ୍ରୀରାମ ମହାଯଜ୍ଞ ସମିତିର ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବରିଷ୍ଠ ସମାଜସେବୀ କିଶୋର ନାୟକ, ବିରଜା କ୍ଷେତ୍ରରୁ ସମିତିର ଉପଦେଷ୍ଟା ବଦ୍ରୀ ନାରାୟଣ ଧଳ, ଭଦ୍ରକାଳୀଙ୍କ ପୀଠରୁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ତତ୍ୱାବଧାନରେ ଆଜ୍ଞାମାଳ ଅଣାଯାଇଥିବା ବେଳେ ମହିଳାଙ୍କ କଳସ ଶୋଭାଯାତ୍ରାରେ ବିଭିନ୍ନ ପଞ୍ଚାୟତ ଓ ବ୍ଲକ ସ୍ତରର ମହିଳା ନେତୃତ୍ୱମାନେ ବିଭିନ୍ନ ବିଭାଗର ଦାୟିତ୍ୱ ନିର୍ବାହ କରିଥିଲେ। ଏହି ବିଶାଳ କଳସ ଶୋଭାଯାତ୍ରାରେ ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ଉପ ସଭାପତି ଜଗନ୍ନାଥ ଦାଶ, ତ୍ରିଲୋଚନ ନାୟକ, ଦୀନବନ୍ଧୁ ପତି, କହ୍ନେଇ ଦାସ, ସାଧାରଣ ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ, ଆଇନଜୀବୀ ତୁଷାର କାନ୍ତ ଦାସ ଏବଂ ସ୍ୱରୂପା ନନ୍ଦ ମହାପାତ୍ର, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସହ କୋଷାଧ୍ୟକ୍ଷ ଶିବ ଶଙ୍କର ଦାସ, ଉପଦେଷ୍ଟା ପ୍ରଦୀପ୍ତ ବିଶ୍ୱାଳ, ରଘୁନାଥ ସାହୁ, ବରିଷ୍ଠ ସଦସ୍ୟ ବିଜୟ ଭୂଷଣ ନାୟକ, ଡ. ଦେବରାଜ ପାତ୍ର, ପ୍ରତାପ ଦାସ, ଶ୍ରୀକାନ୍ତ ଲେଙ୍କା, ମାନସ ବାରିକ, ବୃନ୍ଦାବନ ଜେନା, ରଞ୍ଜନ ବଳ , ବିଶ୍ୱ ରଞ୍ଜନ ଦାସ, ରଞ୍ଜିତ ମହାପାତ୍ର, ଚନ୍ଦନ ନାୟକ, ମହିଳା ସେବିକା ରଞ୍ଜିତା ସ୍ୱାଇଁ, ଗୀତାଞ୍ଜଳି ପଢିଆରୀ, ମାଳତୀ ଲତା ସାହୁ, ପଙ୍କଜିନି ଲେଙ୍କା, ମନସ୍ମିତା ଖୁଂଟିଆ, କଳ୍ପନା ଜେନା, ଭାରତୀ ବିଶ୍ୱାଳ, ଉର୍ମିଳା ସେଠୀ, ପଦ୍ମିନୀ ଦ୍ୱିବେଦୀ, ରମିତା ପାଢ଼ୀ, ସୁମିତ୍ରା ପାଣି, ମଧୁସ୍ମିତା ମହାପାତ୍ର, ଶ୍ରାବଣୀ କିନ୍ନର ପ୍ରମୁଖ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ।
ସାଇସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ରକ୍ତଦାନ ଶିବିର
ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରକ୍ତଦାନ ମହାପୂଣ୍ୟ। କାହିଁକି ନା ବର୍ତମାନର ଅବକ୍ଷୟମୁଖୀ ସମାଜରେ ବିଭିନ୍ନ ରୋଗ ଓ ଦୁର୍ଘଟଣା କ୍ଷେତ୍ରରେ ରକ୍ତର ଯେଉଁ ସଂକଟ ଦେଖାଦେଇଛି, ତାହାର ପୂରଣ ପାଇଁ ବହୁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ଯୁବ ସମାଜ ଆଗେଇ ଆସିବା ଉଚିତ୍ ବୋଲି ଆଜି ଭଦ୍ରକର ଗେଲପୁରସ୍ଥିତ ସାଇସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଏହାର ପ୍ରତିଷ୍ଠାତାଙ୍କ ଜନ୍ମତ୍ସୋବ ଉପଲକ୍ଷେ ଆୟୋଜିତ ରକ୍ତଦାନ ଶିବିର ଉଦ୍‌ଘାଟନ କରି ଜିଲାପାଳ ଦିଲ୍ଲୀପ ରାଉତରାୟ ବକ୍ତବ୍ୟ ରଖିଛନ୍ତି। ପ୍ରାରମ୍ଭରେ ଜିଲାପାଳ ଶ୍ରୀ ରାଉତରାୟ ସାଇବାବାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲାପାଳ ସାଇସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ଭଳି ଏକ ଅନୁଷ୍ଠାନ ଯେଭଳି ରକ୍ତଦାନ ଶିବିର ଭଳି ଏକ ମହତ୍ କାର୍ଯ୍ୟ ଆରମ୍ଭ କରିଛି, ତାହା ଅନ୍ୟମାନେ ଶିକ୍ଷାଲାଭ କରିବା ଉଚିତ୍ ବୋଲି ଉପସ୍ଥିତ ଗଣମାଧ୍ୟମକୁ କହିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ଡ. ଶରତ କୁମାର ଆଚାର୍ଯ୍ୟ, ଅଧ୍ୟକ୍ଷ ରଜନୀରାଣୀ ପତି, ସଭାପତି ଜୟନ୍ତ କୁମାର ସେନାପତି, ଉପସଭାପତି ଭାସ୍କର ଚନ୍ଦ୍ର ସାହୁ, ଅଧିବକ୍ତା ଅତିଶ ବେହେରା ପ୍ରମୁଖ ଏହି ଶିବିରରେ ଅଂଶଗ୍ରହଣ ପୂର୍ବକ ବିଭିନ୍ନ ଅନୁଷ୍ଠାନରୁ ରକ୍ତଦାନ ପାଇଁ ଆସିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ରମାକାନ୍ତ ମଲ୍ଲିକ, ଭକ୍ତିଲତା ରାଉତ, ଜୀବନ କୁମାର ମଣ୍ଡଳ, ଉଜ୍ଜ୍ୱଳ କୁମାର ରାଉଳ ଓ ସହାୟକ ଶଶଧର ପଣ୍ଡା, ମନୋଜ କୁମାର ସାହୁ, ମମତା ମଲ୍ଲିକ ଓ ମହେଶ୍ୱର ସାହୁଙ୍କ ପରିଚାଳନାରେ ଆୟୋଜିତ ଏହି ଶିବିରରେ ଭଦ୍ରକ ଜିଲା ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ବିମଳା ମିଶ୍ର, ଲିଲିମା ସ୍ୱାଇଁ, ରତିକାନ୍ତ ବଳ, ବଳରାମ ପଣ୍ଡା, ପୂର୍ବତନ ପଦାଧିକାରୀ ରବିନାରାୟଣ ଖୁଂଟିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ରକ୍ତଦାନ ଶିବିରରେ ୩୪ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.