ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ଆନୁକୁଲ୍ୟରେ ରବିବାର ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଦୌଡ଼ଟି ସକାଳ ୭ ଟାରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ମା’ତାରିଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ସହର ମଧ୍ୟ ଦେଇ ବାଇପାସ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା। ମା ତାରିଣୀଙ୍କ ମନ୍ଦିରରେ ରୀତି ନିତି ଅନୁଯାୟୀ ପୂଜା ଅର୍ଚ୍ଚନା ପରେ ଗଣଦୌଡ଼କୁ ଶ୍ରୀରାମ ମହାଯଜ୍ଞ ସମିତିର ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ମନୋମହନ ସାମଲ, ଓଡ଼ିଶା ସରକାରଙ୍କର ଉଚ୍ଚ ଶିକ୍ଷା, ଯୁବ ଓ କ୍ରୀଡ଼ା ଏବଂ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟେମକେଶ ସେନାପତି, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟ, ବେଦବିଦ୍ ପଣ୍ଡିତ ବିରେନ୍ଦ୍ର ପଣ୍ଡା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମିତିର ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ରାଉତ, କୋଷା୍ମକ୍ଷ ନିରଞ୍ଜନ ସାହୁ ଶ୍ରୀଫଳ ବାଡେଇ ଗୈରିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଦଳମତ ନିର୍ବିଶେଷରେ ମାତୃଭୂମି ପାଇଁ ଉତ୍ସର୍ଗୀକୃତ ହଜାର ହଜାର ଯୁବକ, ଛାତ୍ର, ସାଧାରଣ ଜନତା ସାମୁହିକ ଭାବରେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ । ଭାରତ ମାତା କୀ ଜୟ, ବନ୍ଦେ ମାତରମ୍, ଜୟ ଶ୍ରୀରାମ ଧ୍ୱନୀରେ ସମଗ୍ର ଭଦ୍ରକ ସହରରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ସହରର ବିଭିନ୍ନ ଛକ ମାନଙ୍କରେ ମାତୃଶକ୍ତିଙ୍କ ଦ୍ୱାରା ପୁଷ୍ପ ଅର୍ପଣ କରାଯାଇ ସ୍ୱାଗତ କରାଯାଇଥିଲା। ଅନୁଷ୍ଠିତ ହୋଇଥିବା ଗଣଦୌଡ଼ରେ ଶ୍ରୀରାମ ମହାଯଜ୍ଞ ସମିତିର ଉପ ସଭାପତି ଜଗନ୍ନାଥ ଦାଶ, ତ୍ରିଲୋଚନ ନାୟକ, କନେ†ଇ ଦାସ, ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ, ସ୍ୱରୂପା ନନ୍ଦ ମହାପାତ୍ର ଏବଂ ଆଇନଜୀବୀ ତୁଷାର କାନ୍ତ ଦାସ, ସହ କୋଷା୍ମକ୍ଷ ଶିବ ଶଙ୍କର ଦାସ, ଉପଦେଷ୍ଟା ପ୍ରତିପ୍ତ ବିଶ୍ୱାଳ, ଭଗବାନ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ପାଣୀ, ଦୀନବନ୍ଧୁ ପତି, ସୁବ୍ରତ ନାୟକ, ରଶ୍ମି ରଞ୍ଜନ ରାଉତ, ବଦ୍ରି ନାରାୟଣ ଧଳ, ସୁଧାଂଶୁ ନାୟକ, ବାଣୀ କଲ୍ୟାଣ ମହାନ୍ତି, ଉଦୟ ନାରାୟଣ ମଲ୍ଲିକ, ବିଭୁ ଚନ୍ଦନ ଜେନା, ମନୋଜ ବସନ୍ତ ରାୟ, ବସନ୍ତ ରାଉତ, ଅସିତ୍ ପଟ୍ଟନାୟକ, ରଞ୍ଜିତା ସ୍ୱାଇଁ, ମାଳତୀ ଲତା ସାହୁ, ମମତା ବେହେରା, କଳ୍ପନା ଜେନା, ପ୍ରଦୀପ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରିୟ ଚେତନା, ରାଷ୍ଟ୍ରର ଅଖଣ୍ଡତା ମାତୃଭୂମିର ସେବା ଓ ରାଷ୍ଟ୍ରବାଦର ଉଦ୍ଦେଶ୍ୟ ନେଇ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଲାର ସମସ୍ତ ସାମାଜିକ ସଂଗଠନର କର୍ମକର୍ତା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିବିଧ କ୍ଷେତ୍ରର କାର୍ଯ୍ୟକର୍ତା ଗଣ, କ୍ରୀଡ଼ାବିତ୍, ବିଭିନ୍ନ କ୍ଲବର ସଦସ୍ୟ, ଆଧ୍ୟାତ୍ମିକ ସଂଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ। ପ୍ରତାପ ଦାସ, ସୁରେଶ ସାମଲ, ସରୋଜ ରାଉତ, ସନ୍ତୋଷ ଲେଙ୍କା, ମାନସ ବାରିକ, ଜ୍ଞାନ ପାଣି, ବିଜୟ ଦାଶ, ଦେବାପ୍ସଶୁ ରାଉତ, ସଞ୍ଜୀତ ନାୟକ, ମିଳନ ବଳ, ଟୁକୁନା ସ୍ୱାଇଁ, ସୁଧିର ଦ୍ୱିବେଦୀ, ରଶ୍ମି ରଂଜନ ସାହୁ, ଶ୍ରାବଣୀ କିନ୍ନର, ହେମନ୍ତ ମହାପାତ୍ର, ପିଂଟୁ ମିଶ୍ର, ଜ୍ୟୋତି ପ୍ରକାଶ ସାହୁ, ତଥାଗତ ସାମଲ, ଅପୂର୍ବ ବେହେରା, କାହ୍ନା ଖୁଂଟିଆ, ସତ୍ୟ ପ୍ରକାଶ ବିଶ୍ୱାଳ, ସୁମନ ମହାପାତ୍ର, ଆଶୁତୋଷ ପଣ୍ଡା, ଓଁକାର ମହାନ୍ତି ପ୍ରମୁଖ ଏହି ଗଣଦୌଡର ନେତୃତ୍ୱ ନେଇଥିଲେ। ପରବର୍ତୀ ସମୟରେ ସମିତି ପକ୍ଷରୁ ଗୋ ପୂଜନ, ସାଧୁସନ୍ଥ ପୂଜନ, ବାଲ୍ ବଜରଂଗୀଙ୍କ ଦ୍ୱାରା ସାଇକେଲ ଶୋଭାଯାତ୍ରା, ଅଯୋଧ୍ୟା ସମେତ ବିଭିନ୍ନ ତୀର୍ଥକ୍ଷେତ୍ରରୁ ଆଜ୍ଞାମାଳ, କଳସ ଶୋଭାଯାତ୍ରା, ନଗର ସଂକୀତର୍ନ ଭଳି ବିଭିନ୍ନ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତ ବର୍ଷ ନଗର ସଂକୀତର୍ନରେ ୧୦ ଲକ୍ଷ ଭକ୍ତଙ୍କର ସମାବେଶ ହେବାର ଆଶା କରାଯାଇଛି।
Home ଜିଲ୍ଲା ପରିକ୍ରମା ଶ୍ରୀରାମ ନବମୀ ମହୋତ୍ସବ-୨୦୨୫, ମାତୃଭୂମି ପାଇଁ ଗଣଦୌଡ଼ରେ ସାମିଲ୍ ହେଲେ ୫ ହଜାର ଶ୍ରୀରାମ ଭକ୍ତ