Home ଜିଲ୍ଲା ପରିକ୍ରମା ଶ୍ରୀରାମ ନବମୀ ମହୋତ୍ସବ ୨୦୨୬ ଉପଲକ୍ଷେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଶ୍ରୀରାମ ନବମୀ ମହୋତ୍ସବ ୨୦୨୬ ଉପଲକ୍ଷେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

1

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପରିଚୟ ବହନ କରୁଥିବା ଶ୍ରୀରାମ ନବମୀ ମହୋତ୍ସବ ମହା ସମାରୋହରେ ପାଳିତ ହେବାକୁ ଯାଉଛି । ଓଡ଼ିଶା ପ୍ରସିଦ୍ଧ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବ ଚଳିତ ବର୍ଷ ଦିବ୍ୟ, ଭବ୍ୟ, ସରସ, ସୁନ୍ଦର ଏବଂ ଚିତାକର୍ଷକ ଭାବରେ ଅନୁଷ୍ଠିତ ହେବ ବୋଲି ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀରାମ ନବମୀ ମହୋତ୍ସବର ଆଗାମୀ କାର୍ଯ୍ୟକ୍ରମର ବିବରଣୀ ଘୋଷଣା କରାଯାଇଛି । କାର୍ଯ୍ୟକ୍ରମ ଗୁଡ଼ିକ ଯଥାକ୍ରମେ ଆସନ୍ତା ମାର୍ଚ୍ଚ ମାସ ୨୨ ତାରିଖରେ ବାଲ ବଜରଙ୍ଗୀଙ୍କ ସାଇକେଲ ଶୋଭାଯାତ୍ରା, ୨୫ ତାରିଖରେ ମହିଳା କଳସ ଶୋଭାଯାତ୍ରା, ଆଜ୍ଞା ମାଳ ଯାତ୍ରା, ୩ ଦିନ ବ୍ୟାପି ଶ୍ରୀରାମ ନବମୀଯଜ୍ଞ ଆରମ୍ଭ । ୨୬ ମାର୍ଚ୍ଚରେ ୧୦୮ ହନୁମାନ ଚାଳିଶା ପାଠ କରାଯିବ । ୨୭ ତାରିଖରେ ପବିତ୍ର ଶ୍ରୀରାମ ନବମୀ ଅବସରରେ ଶତାଧିକ ମେଢ଼କୁ ନେଇ ନଗର ସଙ୍କୀର୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଉକ୍ତ ନଗର ସଙ୍କୀର୍ତନ ଶୋଭାଯାତ୍ରା ଦିନ ସମସ୍ତ ମେଢ଼ କମିଟି ପାଇଁ ପୂର୍ବରୁ ନିର୍ଦ୍ଧାରିତ ମାର୍ଗ ଦର୍ଶକା ପାଳନ କରିବାକୁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଅନୁରୋଧ କରାଯାଇଛି। ୨୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଗାନ୍ଧିପଡ଼ିଆରେ ମୀନାବଜାର ଏବଂ ସନ୍ଧ୍ୟାରେ ରାଜ୍ୟର ପ୍ରସିଦ୍ଧି ଅର୍ଜନ କରିଥିବା ସାଂସ୍କୃତିକ ଅନୁଷ୍ଠାନ, ଖ୍ୟାତି ସମ୍ପନ୍ନ ନୃତ୍ୟ ଦଳ ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କରାଯିବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ବରିଷ୍ଠ ଉପଦେଷ୍ଟା ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ସମିତିର ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ ଉପସ୍ଥିତ ରହି ଶ୍ରୀରାମ ନବମୀ ମହୋତ୍ସବର ଗୌରବ ମୟ ଇତିହାସ ପ୍ରକାଶ କରିବା ସହ ସମସ୍ତ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ଉପ ସଭାପତି ତ୍ରିଲୋଚନ ନାୟକ, ସମ୍ପାଦକ ଆଇନଜୀବୀ ତୁଷାର କାନ୍ତ ଦାସ ଏବଂ ସ୍ୱାଧୀନ ସୁନ୍ଦର ଦାସ, ସହ କୋଷାଧ୍ୟକ୍ଷ ଶିବ ଶଙ୍କର ଦାସଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.