Home ଜିଲ୍ଲା ପରିକ୍ରମା ଶ୍ରୀରାମ ନବମୀ ମହୋତ୍ସବରେ କଂଗ୍ରେସର ସେବା ଶିବିର

ଶ୍ରୀରାମ ନବମୀ ମହୋତ୍ସବରେ କଂଗ୍ରେସର ସେବା ଶିବିର

13

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଧୁମଧାମରେ ଓ ଭକ୍ତମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପର୍ବକୁ ନେଇ ସାରା ସହର ଓ ଗ୍ରାମାଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ବିଭିନ୍ନ ସାମାଜିକ ଓ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସୁବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଅସ୍ଥଳ ଛକ ଠାରେ ଶ୍ରଦ୍ଧାଳୁଙ୍କ ସେବା ନିମନ୍ତେ ଓ ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିବା ପାଇଁ ସେବା କାର୍ଯ୍ୟକ୍ରମ କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ନିମନ୍ତେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ସହିତ ସମସ୍ତ ଶ୍ରୀରାମ ନବମୀ ମେଢ଼ କମିଟି କର୍ମକର୍ତା, ଶ୍ରଦ୍ଧାଳୁଙ୍କୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏପରି ଭବ୍ୟ କାର୍ଯ୍ୟକ୍ରମ ପାଇଁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ସମଗ୍ର ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀରାମ ନବମୀ ଉତ୍ସବର ସୁନ୍ଦର ଆୟୋଜନ, ଶାନ୍ତି ଶୃଙ୍ଖଳା ପାଇଁ ଜିଲ୍ଲା ଓ ପୁଲିସ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଏବଂ ସାଧୁବାଦ ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ବରିଷ୍ଠ ନେତା ପ୍ରାକ୍ତନ ସାଂସଦ ମୁରଲିଧର ଯେନା, ପ୍ରାକ୍ତନ ବିଧାୟକ ପଂଚାନନ ମଣ୍ଡଳ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଚାନ୍ଦବାଲିର ବରିଷ୍ଠ ନେତା ଦିଗମ୍ବର ଦାସ, ଜିଲ୍ଲା ଉପସଭାପତି ଅଭିଷେକ ରାଉତ, ଦେବବ୍ରତ ମହାନ୍ତି, ପ୍ରଦ୍ୟୁମ୍ନ ଦାସ, ରାଜ୍ୟ ଦଳିତ ସେଲର ସାଧାରଣ ସଂପାଦକ ରାଜେନ୍ଦ୍ର ଜେନା, ପିତବାସ ଧଳ, ଚାନ୍ଦବାଲି ବ୍ଲକ ସଭାପତି ସୁବାଶିଶ ମଲ୍ଲିକ, ଜାନକୀ ମଲ୍ଲିକ, ଜିଲ୍ଲା ସାଧାରଣ ସଂପାଦକ ସରୋଜ ରାଉଳ, ଶର୍ମିଷ୍ଠା ପଣ୍ଡା, ସମିତି ସଭ୍ୟ ଗୟାଧର ସେଠୀ, ଜିଲ୍ଲା କୋଷାଧ୍ୟକ୍ଷ ବିଜୟ ବାରିକ, ରଞ୍ଜନ ଯେନା, ହରିହର ମଣ୍ଡଳ, ସଂଜୟ ମିଶ୍ର, ମନୋଜ ମଲ୍ଲିକ, ଯୁବନେତା ରାଜକିଶୋର ପଣ୍ଡା, ସୁଶାନ୍ତ ପଲେଇ, ଆଲୋକ ଦାସ, ସଂଜୟ ଜେନା, ଦିପୁନାନନ୍ଦ ପଣ୍ଡା, ପଦ୍ମଲୋଚନ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.