ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଉପକଣ୍ଠ ଗେଲପୁର ସ୍ଥିତ ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ତରଫରୁ ଏନ.ଏଚ. ୧୬ ପାଶ୍ୱର୍ ଗେଲପୁର ଛକ ଠାରେ ଖରା ଦିନ ୨ ମାସ ପାଇଁ ଏକ ଜଳଛତ୍ର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଉକ୍ତ ଜନସେବା କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ପ୍ରଥମେ ଉପସ୍ଥିତ ଲୋକମାନଙ୍କୁ ଲସି ସର୍ବତ ପିଆଇ ଉଦ୍ଘାଟନ କରିଥିଲେ। ଭଦ୍ରକର ପ୍ରସିଦ୍ଧ ରାମ ନବମୀ ଉସିବ ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା। ପ୍ରାୟ ୧୦୦୦ ହଜାର ରାମ ଭକ୍ତମାନଙ୍କୁ ସର୍ବତ ବଂଟନ କରାଯାଇଥିଲା। ବିଦ୍ୟାଳୟର ସଂପାଦକ ଡାକ୍ତର ଶରତ କୁମାର ଆଚାର୍ଯ୍ୟ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସହିତ ସମସ୍ତ କର୍ମଚାରୀ ମାନେ ସମସ୍ତ ଭକ୍ତମାନଙ୍କୁ ମଧ୍ୟ ସର୍ବତ ବଂଟନ କରିଥିଲେ।