Home ଜିଲ୍ଲା ପରିକ୍ରମା ଶ୍ରୀରାମନବମୀ ଓ ଦଶହରା ପାଇଁ ତିହିଡ଼ି ଚଳଚଞ୍ଚଳ

ଶ୍ରୀରାମନବମୀ ଓ ଦଶହରା ପାଇଁ ତିହିଡ଼ି ଚଳଚଞ୍ଚଳ

8

ଶୋଭାଯାତ୍ରାରେ ଯୋଗଦେବେ ୪୯ ପ୍ରଜ୍ଞାପନ ମେଢ଼, ୪ପ୍ଲାଟୁନ୍ ଫୋର୍ସ ମୁତୟନ
ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀରାମ ନବମୀ ଓ ଦଶହରା ଉପଲକ୍ଷେ ତିହିଡ଼ି ଚଳଚଞ୍ଚଳ ହୋଇ ଉଠିଛି। ତିହିଡ଼ି ବଜାର ସମେତ ବ୍ଳକର ବିଭିନ୍ନ ବଜାର ଓ ଛକ ଗେରୁଆମୟ ହୋଇଛି। ସୋମବାର ଦଶହରା ଅବସରରେ ଶ୍ରୀରାମ ନବମୀ ସମିତି ପକ୍ଷରୁ ପ୍ରଜ୍ଞାପନ ମେଢ଼ ମେଳନର ଆୟୋଜନ କରାଯାଇଛି। ବ୍ଲକର ବିଭିନ୍ନ ପଞ୍ଚାୟତରୁ ୪୯ଟି ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରାରେ ଆସି ତିହିଡ଼ି ପକାଘାଟ ପୋଖରୀ ସ୍ଥିତ ଶ୍ରୀରାମ ମନ୍ଦିର ନିକଟରେ ପହଞ୍ôଚ ଭୋଗ ପାଇବେ। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତିହିଡ଼ି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୪ ପ୍ଲାଟୁନ୍ ଫୋର୍ସ ସମେତ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି। ଶ୍ରୀରାମ ନବମୀ ସମିତି ସଭାପତି କିଶୋର ଚନ୍ଦ୍ର ନାୟକ, ସମ୍ପାଦକ ଯଯାତିକେଶରୀ ଦାଶ, କୋଷାଧ୍ୟକ୍ଷ ନୀଳମଣି ସାବତ, ପ୍ରଶାନ୍ତ ବଳ, ଅଜୟ ନାୟକ, ଲୋକେଶ ପାଣିଗ୍ରାହୀ, ବିଶ୍ୱଜିତ୍ ବେହେରା, ପି. ହୃଷିକେଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.