Home ଜିଲ୍ଲା ପରିକ୍ରମା ଶ୍ରୀରାମଚରିତ ମାନସ ଜ୍ଞାନଯଜ୍ଞ ଉଦ୍‌ଯାପିତ

ଶ୍ରୀରାମଚରିତ ମାନସ ଜ୍ଞାନଯଜ୍ଞ ଉଦ୍‌ଯାପିତ

12

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚିନ୍ତା ଚେତନା ଆଧ୍ୟାମିିକ ପରିଷଦ ଆନୁକୁଲ୍ୟରେ ଭଦ୍ରକ ଶ୍ରୀଲୋକନାଥ ମନ୍ଦିର ପରିସର ମଧ୍ୟରେ ୨୮ତାରିଖ ଠାରୁ ଶ୍ରୀରାମ ଚରିତ ମାନସ ଜ୍ଞାନଯଜ୍ଞ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ପବିତ୍ର ଶ୍ରୀରାମ ନବମୀ ଦିନ ଉଦ୍‌ଯାପିତ ହୋଇଯାଇଅଛି। ପ୍ରବାଚକ ଡ. ଗୁରୁପ୍ରସାଦ ମହାପାତ୍ର ଓ ଦ୍ୱିତୀୟ ପାଳିରେ ଡ. ସାରଦା ପ୍ରସାଦ କର ପ୍ରବଚନ ପରିବେଷଣ କରିଥିଲେ। ଏହି ଆଧ୍ୟାମିିକ ନବରାତ୍ର କାର୍ଯ୍ୟକ୍ରମ ଅବସରରେ ନଅ ଦିନ ବ୍ୟାପୀ ପଣ୍ଡିତ ଓମ୍ ପ୍ରକାଶ ଯୋଷୀ ମାନସ ପାରାୟଣ ପରିବେଷଣ କରିଥିଲେ। ଶେଷ ଦିନ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ସ୍ୱାମୀ ଭୈରବାନନ୍ଦ ଗୋସ୍ୱାମୀ ମହାରାଜ ପୂଜକ ବିଜୟ କୁମାର ପାଣି, ଅଜୟ କୁମାର ପାଣି, ସଞ୍ଜୟ କୁମାର ପାଣି ଓ ତ୍ରିନାଥ କର ସହଯୋଗ କରିଥିଲେ। ପ୍ରବଚନର ଶେଷ ସନ୍ଧ୍ୟାରେ ବରିଷ୍ଠ ସଭ୍ୟ ଉଦୟ ନାଥ ମହାନ୍ତି ଓ ଇଞ୍ଜିନିୟର ବିମ୍ବାଧର ବ୍ରହ୍ମଙ୍କୁ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦ୍‌ଯାପନ ଦିବସରେ କରାଯାଇଥିବା ନାରାୟଣ ସେବାରେ ପ୍ରାୟ ଦେଢ଼ ହଜାରରୁ ଉର୍ଦ୍ଧ୍ୱ ଭକ୍ତମାନଙ୍କୁ ନାରାୟଣ ସେବାରେ ଆପ୍ୟାୟିତ କରାଯାଇଥିଲା। ଉକ୍ତ ନବରାତ୍ର କାର୍ଯ୍ୟକ୍ରମଟିକୁ ପରିଷଦର ସଭାପତି ହରମୋହନ କୁଅଁର, ଉପସଭାପତି ବ୍ରଜ କିଶୋର ଦାସ ଓ ବୈଲୋଚନ ବେହୁରିଆ, ବରିଷ୍ଠ ସଭ୍ୟ ଶାନ୍ତନୁ କୁମାର ରାଉତ, ଗଜାନନ ନାୟକ, ଅଜିତ କୁମାର ନାୟକ, କରୁଣାକର ଉପାଧ୍ୟାୟ, ଉପେନ୍ଦ୍ର ରାଉତ, ଗଙ୍ଗାଧର ଦାସ, ଆଦିତ୍ୟ କୁମାର ନାୟକ, ଆଦିତ୍ୟ କୁମାର ଗୋସ୍ୱାମୀ, ମୁକ୍ତିକାନ୍ତ ମହାପାତ୍ର, ବିନୟ କୁମାର ପଣ୍ଡା, ହରେକୃଷ୍ଣ ଶିଅଳ, ଚନ୍ଦ୍ରମୋହନ ମହାନ୍ତି, ପ୍ରଫୁଲ୍ଲ କୁମାର ମଲ୍ଲିକ, ଅଭିମନ୍ୟୁ ନାୟକ, ମଦନ ମୋହନ ନାୟକ, ପୁରୁଷୋତମ ଗୁପ୍ତା, ଗଦାଧର ପଣ୍ଡା, ମମତା ରାଣୀ ରାଉତ, ତରୁଲତା ସାହୁ, ସ୍ନେହଲତା ବେହେରା, ସନ୍ଧ୍ୟାରାଣୀ ପାଢ଼ୀ, ମିନତୀ ଲତା ନାୟକ ଆଦି ସଭ୍ୟ ସଭ୍ୟାଗଣ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.