Home Top News ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ୍ : ୬ ଗିରଫ

ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ୍ : ୬ ଗିରଫ

35

ପୁରୀ ୨୧ -୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାର ପରଦା ଖୋଲିଛି ପୁରୀ ପୋଲିସ। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟଣା ହୋଇ ଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିଛି। ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ଥିବା ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କାଳିଆ ସିଂହାରୀ, ଦୋଳଗୋବିନ୍ଦ ସିଂହାରି ସମେତ ସହଯୋଗି ବାବା ମହାପାତ୍ର, କାଳୁ ପାଣିଗ୍ରାହୀ, ମୁନ୍ନା ପାତ୍ର, ସନ୍ଦୀପ ଜେନାକୁ ଗିରଫ କରାଯାଇଛି। ୩୦ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା ଏହି ହତ୍ୟାକାଣ୍ଡ ପାଇଁ। ଗତ ୨୦୧୨ ମସିହା ଅଗଷ୍ଟ ୨୨ ରେ ସେବାୟତ ଗୁନ ସିଂହାରି ହତ୍ୟାକାଣ୍ଡ ଘଟଣାର ପ୍ରତିଶୋଧ ପାଇଁ ଏହି ଘଟଣା ଘଟିଥିବା ପୋଲିସକୁ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଏହି ଘଟଣାରେ ୧୨୦ ବି, ୩୦୨, ୩୪ IPC, ୨୫ ଓ ୨୭ ଆର୍ମ୍ସ ଆକ୍ଟ ଦଫା ଲଗାଯାଇଛି। ତେବେ ଗୁନ ହତ୍ୟାକାଣ୍ଡ ଘଟଣାରେ ମୃତ କୃଷ୍ଣଚନ୍ଦ୍ର ପ୍ରତିହାରୀ ସାମିଲ ଅଭିଯୋଗରେ ଗିରଫ ହୋଇଥିଲେ। ପରେ ପ୍ରମାଣ ଅଭାବରୁ କୃଷ୍ଣଚନ୍ଦ୍ର ନିର୍ଦ୍ଦୋଷରେ ଖଲାସ ହୋଇ ଥିଲେ। ଏହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ଗୁନ ସିଂହାରିଙ୍କ ଭାଇ କାଳିଆ ସିଂହାରି ଓ ପୁତୁରା ଦୋଳ ଗୋବିନ୍ଦ ସିଂହାରି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ତଥ୍ୟ ମିଳିଛି। ସେପଟେ ଏକ ଜମି କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିବା ମଧ୍ୟ ଅନ୍ୟ ଏକ ଦିଗ ଆସୁଛି। ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରା ଉଚରା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ପୁରୀ ଏସପି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.