Home Top News ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ସରକାରୀ ପ୍ରାୟୋଜିତ : କଂଗ୍ରେସ

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ସରକାରୀ ପ୍ରାୟୋଜିତ : କଂଗ୍ରେସ

20

ଭୁବନେଶ୍ୱର ୫.୪ (ଓଡ଼ିଆ ପୁଅ) – ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ସରକାରୀ ପ୍ରୟୋଜିତ କହିଲା କଂଗ୍ରେସ। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର। ପରିକ୍ରମା ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଚୁଲି ଭଙ୍ଗାଯାଇଛି। ଏହି ବିବାଦକୁ ଏଡ଼ାଇବାକୁ ଚୁଲି ଭଙ୍ଗାଯାଇଛି। ଖନନ ନେଇ ଶାସକ ଦଳ ଲୋଭସଭାରୁ ବିଧାନସଭା ଯାଏ ଅଡ଼ୁଆରେ ପଡ଼ିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପୋଲିସ ଡିଜି ଓ ମୁଖ୍ୟ ପ୍ରଶାସକ, ଯେଉଁଭଳି ଭାବେ ଶ୍ରୀମନ୍ଦିର ଗସ୍ତ କରିଥିଲେ ସେହି ତତ୍ପରତା ଦେଖାଇ ରୋଷଘରର ରକ୍ଷଣାବେକ୍ଷଣ ଦାୟୀତ୍ୱ ନେଇଥାନ୍ତେ ଏଭଳି ଘଟଣା ଘଟିନଥାନ୍ତା। ପୋଲିସ ଡିଜିଙ୍କ ଗସ୍ତ କେବଳ ଲୋକଦେଖାଣିଆ। ସରକାର ଏଥିପ୍ରତି ଉଦାସୀନ। ଏହି ପ୍ରସଙ୍ଗକୁ ଯେଉଁ ଭଳି ଭାବେ ଗମ୍ଭୀରତାର ସହ ନେବା କଥା, ତାକୁ ନେଇ ନାହାନ୍ତି। ଚୋର ଚୋରିକରି ଧନ ନେବାପରେ ଖୋଜିବା ଯାହା, ପୋଲିସ ଖୋଜିବା ସହ ତାହା ସମାନ। ସେ କହିଛନ୍ତି ଯେ ଜଗନ୍ନାଥ ହେରିଟେଜ୍ କରିଡ଼ର ଖନନ ବାବଦରେ ରାଜ୍ୟ ସରକାର ନିନ୍ଦିତ ହୋଇଛନ୍ତି। ବିଧାନସଭାଠୁ ସଂସଦ ଯାଏ ଅପଦସ୍ତ ହୋଇଛନ୍ତି। ବିଧାନସଭାରେ ଭୁଲ ଉତର ରଖିଛନ୍ତି ରାଜ୍ୟ ସରକାର। ତାଙ୍କର ସାଂସଦ ମଧ୍ୟ ଲୋକସଭାରେ ଭୁଲ ଉତର ରଖିଛନ୍ତି। ସାରା ରାଜ୍ୟରେ ସରକାରୀ ବାବୁ, ସରକାରୀ ସାଂସଦ, ବିଧାୟକ ଓ ସରକାର ଜନମାନସରେ ନିନ୍ଦିତ ହେଲେ। ଏପରିକି ଜଣେ ସରକାରୀ ଦଳରର ସାଂସଦ ଲୋକସଭାରେ ବିବୃତି ଦେବାପରେ ବାହାରେ ଗଣମାଧ୍ୟମରେ ନିଜର ସଫେଇ ରଖିଲେ। ସେଥିପାଇଁ ପରିକ୍ରମା ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଚୁଲି ଭଙ୍ଗାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.