Home ଓଡ଼ିଶା ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବାରଣ ଥିବା ଯୋଗୁଁ ଭକ୍ତମାନେ ନାଗାର୍ଜ୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବେ

ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବାରଣ ଥିବା ଯୋଗୁଁ ଭକ୍ତମାନେ ନାଗାର୍ଜ୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବେ

66

ପୁରୀ ୧୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ୬ଦିନ ପଡ଼ୁଥିବାରୁ ମହାପ୍ରଭୁଙ୍କ ଅନନ୍ୟ ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ, କୋରନା କଟକଣା ଯୋଗୁଁ ଚଳିତ ବଷ; ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ଦୃଶ୍ୟ ଦର୍ଶନ କରିବାରୁ ବଞ୍ଚିତ ହେବେ। ଭୋର ୪ଟାରେ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ ଆରମ୍ଭ ହୋଇ ସକାଳ ସାତଟା ସୁଦ୍ଧା ଶେଷ ହେବ। ଅପରାହ୍ନ ୨ଟାରେ ବେଶ ଓଲାଗି ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ଶ୍ରୀଜିଉ ମାନଙ୍କର ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହେବ। ଦୀର୍ଘ ୨୫ ବର୍ଷ ପରେ ଏହି ଦୁର୍ଲଭ ବେଶ ପଡ଼ୁଥିବା ବେଳେ ଏହାକୁ ନେଇ ନାନା କଳ୍ପନା-ଜଳ୍ପନା ଆରମ୍ଭ ହୋଇଛି। ଗତ ୧୯୯୩ ଓ ୧୯୯୪ ମସିହାରେ ଲଗାତାର ଦୁଇଥର ମହାପ୍ରଭୁଙ୍କର ଏହି ବେଶ ଅନୁଷ୍ଠିତ ହୋଇଥିଲା। ତାପରଠାରୁ ଆଉ ଏହି ବେଶ ହୋଇନଥିବା ବେଳେ ଚଳିତ ବର୍ଷ କାର୍ତ୍ତିକ ମାସ ବେଳେ ପଞ୍ଚୁକର ୩ୟ ଦିବସରେ ଏହି ବେଶ ବିଧି ମୁତାବକ ଅନୁଷ୍ଠିତ ହେବ। ବେଶ ପାଇଁ ବଜେଟରେ ସ୍ୱତନ୍ତ୍ର ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ନେଇ ବ୍ୟବସ୍ଥା କରାଯାଇଛି। ତେବେ କୋରନା କାରଣରୁ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଚଳିତ ବର୍ଷ ବେଶ କେବଳ ବିଧି ମୁତାବକ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଭକ୍ତମାନଙ୍କ ପାଇଁ ପତିତପାବନଙ୍କୁ ନାଗାର୍ଜ୍ଜୁନ ବେଶ କରାଯିବା ପାଇଁ ଆସିଥିବା ପ୍ରସ୍ତାବକୁ ବୈଠକରେ ନାକଚ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.