Home Top News ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଥିବା ଫାଟ ଓ ଜଗମୋହନର ମରାମତି କାର୍ଯ୍ୟ ନେଇ ସ୍ଥିତି ଅନୁଧ୍ୟାନ

ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଥିବା ଫାଟ ଓ ଜଗମୋହନର ମରାମତି କାର୍ଯ୍ୟ ନେଇ ସ୍ଥିତି ଅନୁଧ୍ୟାନ

33

ପୁରୀ ୨୭-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଥିବା ଫାଟ ଓ ଜଗମୋହନର ମରାମତି କାର୍ଯ୍ୟ ନେଇ ଆଜି ସ୍ଥିତି ଅନୁଧ୍ୟାନ କରିଛି ଏଏସଆଇର ବିଶେଷଜ୍ଞ ଟିମ୍। ଆମିକସକ୍ୟୁରୀ ଏନ୍ କେ ମହାନ୍ତିଙ୍କ ସହ ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ୍, ଏଏସଆଇର ଅତିରିକ୍ତ ଡିଜି ଜାନଭି ଶର୍ମା, ଏଏସଆଇ ସଂଗ୍ରକ୍ଷକ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଟିମ୍ ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଥିବା ଫାଟ ଅନୁଧ୍ୟାନ କରିଛନ୍ତି। ନାଟମଣ୍ଡପ ମରାମତି ପାଇଁ ନକ୍ସା ପ୍ରସ୍ତୁତ କରାଯାଉଛି। ନାଟମଣ୍ଡପର ଚାରିଗୋଟି ପିଲର ଏବଂ ବିମ୍ ସମେତ କ୍ୟାପିଟାଲ ବିମ୍ ଗୁଡ଼ିକର ଦୁର୍ବଳ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି। ପାଣି ଗଳୁଥିବା ନାଟମଣ୍ଡପ ଓ ଜଗମୋହନ ଛାତ ସ୍ଥିତି ଅନୁଧ୍ୟାନ ପାଇଁ ଖଡ଼ଗପୁର ଆଇଆଇଟିକୁ ଦାୟିତ୍ବ ଦିଆଯାଇଛି।

ତେବେ ୨୦୧୮ ମସିହାରେ ନାଟମଣ୍ଡପ ବିମରେ ଫାଟ ଥିବା ଜଣାପଡିବା ପରେ ଏହାର ମରାମତି ପାଇଁ ଏଏସ୍ଆଇ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ସେହିପରି ଫାଟର ପ୍ରକୃତ ସ୍ଥିତି ଜାଣିବା ପାଇଁ ଅତ୍ୟାଧୁନିକ କ୍ରାକ୍ ଟ୍ରାନ୍ସ ମିଟର ଲଗାଯାଇଥିଲା। ତେବେ ଆଜି ଉଚ୍ଚ ସ୍ତରୀୟ ଟିମ୍ ଅନୁଧ୍ୟାନ ପରେ ନାଟମଣ୍ଡପ‌ବିମରେ ପୂର୍ବରୁ ଯେଭଳି ଫାଟ ଥିଲା ଏବେ ବି ସେହିଭଳି ରହିଛି। ଖୁବଶୀଘ୍ର ଏହାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ଆସନ୍ତା ମାର୍ଚ୍ଚ – ଏପ୍ରିଲ ସୁଦ୍ଧା ଶେଷ କରାଯିବ। ସେହିପରି ନାଟମଣ୍ଡପ ଛାତ ଓ କାନ୍ଥର କେତେକ ପଥର ଭାଙ୍ଗି ରୁଜି ଯାଇଥିବା ଅନୁଧ୍ୟାନ ସମୟରେ ଜଣାପଡିଛି। ଏହାକୁ ତରଳ ପଦାର୍ଥ ଦିଆଯାଇ ମରାମତି କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.