Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଶ୍ରୀମନ୍ଦିରରେ ଶ୍ରବଣା ମକର ନକ୍ଷତ୍ର ବନ୍ଦାପନା ନୀତି ପାଳିତ

ଶ୍ରୀମନ୍ଦିରରେ ଶ୍ରବଣା ମକର ନକ୍ଷତ୍ର ବନ୍ଦାପନା ନୀତି ପାଳିତ

87

ପୁରୀ, ୨୨/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶନିବାର କାର୍ତ୍ତିକ ଶୁକ୍ଳ ସପ୍ତମୀ ତିଥିରେ ଯେଉଁ ଦିନ ଠାକୁରଙ୍କ ଜନ୍ମ ନକ୍ଷତ୍ର ପଡ଼େ ସେହିଦିନ ଏହି ନୀତି ମଧ୍ୟାହ୍ନ ଧୂପ ପରେ ପାଳିତ ହୋଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅବକାଣ ସମୟରେ ଜ୍ୟୋତିଶ ପ୍ରତିଦିନ ନକ୍ଷତ୍ର ତିଥି ଶୁଣାଇଥାନ୍ତି। ନିମ୍ନ ପ୍ରକାରେ ନକ୍ଷତ୍ର ପଡ଼ିଲେ ଠାକୁରଙ୍କ ନକ୍ଷତ୍ର ବନ୍ଦାପନା ନୀତି ପାଳିତ ହୁଏ। ଶ୍ରୀ ବଳଭଦ୍ର ଶ୍ରବଣା ମକର, ଶ୍ରୀ ଜଗନ୍ନାଥ ରୋହିଣୀ ବୃଷ, ଦେବୀ ସୁଭଦ୍ରା ଜ୍ୟେଷ୍ଠା ବିଚ୍ଛା। ଏହି ବନ୍ଦାପନା ୩ ବାଡ଼ରେ ହୋଇଥାଏ। ଯେଉଁଦିନ ଯେଉଁ ଠାକୁରଙ୍କର ଜନ୍ମ ନକ୍ଷତ୍ର ଥାଏ ସେହି ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.