Home ଓଡ଼ିଶା ଶ୍ରୀମନ୍ଦିରରେ କାମିନୀ ଏକାଦଶୀ ପାଳିତ

ଶ୍ରୀମନ୍ଦିରରେ କାମିନୀ ଏକାଦଶୀ ପାଳିତ

87

ପୁରୀ ୧୭-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରରେ କାମିନୀ ଏକାଦଶୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୈନଦୀନ ନୀତି କ୍ରାନ୍ତି ହେବାସହ ମଧ୍ୟାନ ଧୂପ ପରେ ଦିତାପତି ସେବକଙ୍କ ଦ୍ୱାରା ମହାପ୍ରଭୁ ଦକ୍ଷୀଣ ହସ୍ତରେ ଧରି ଥିବା ଚକ୍ର ନାରାୟଣ ଙ୍କୁ ଶ୍ରୀକ୍ଷେତ୍ର ପରିକ୍ରମା କରାଇ ଥାନ୍ତି। ପରମ୍ପରା ଅନୁଯାଇ ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ ବେଳେରଥ ଉପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ।ଏହି ଅଧରପଣାକୁ ଭୂତପ୍ରେତ, ପିଶା-ଏବଂ ଅଶରୀର ଆତ୍ମା ମାନଙ୍କ ନିମନ୍ତେ ମହାପ୍ରଭୁଙ୍କୁ ଅର୍ପଣ କରାଯାଇ ରଥ ଉପରେ ଭଙ୍ଗାଯାଏ। ତେଣୁ ଏହି ଭୂଜ ଏବଂ ପିଶାଚ ଇତ୍ୟାଦି ଙ୍କୁ ଘୋଉଡାଇବା ପାଇଁ ଆଜି ଶ୍ରୀମନ୍ଦିରରୁ ଚକ୍ର ନାରାୟଣ ବାହାରି ଦଇତାପତି ସେବକଙ୍କ ଦ୍ୱାରା ଶ୍ରୀକ୍ଷେତ୍ର ପରିକ୍ରମା କରିଥାନ୍ତି। ଶ୍ରୀକ୍ଷେତ୍ରରେ ଥିବା ୪ ଆଶ୍ରମ ତଥା ପଣ୍ଡୁ ମାର୍କଣ୍ଡ ଭୃଗୁ ଏବଂ ଅଙ୍ଗିରା ଆଶ୍ରମ ବୁଲିବା ସହ ଶ୍ରୀକ୍ଷେତ୍ର ପରିକ୍ରମା କରିଥାନ୍ତି। ଏହାକୁ ଚକ୍ରବୁଲା କୁହାଯାଇଥାଏ। ଶ୍ରୀମନ୍ଦିରରୁ ବାହାରି ୪ ଆଶ୍ରମ କୁ ଯିବା ବାଟରେ ବିଭିନ୍ନ ସ୍ଥାନରେ ମହାପ୍ରଭୁ ଙ୍କ ନିକଟରେ ପକ୍ତିଂ ଭୋଗ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.