Home କେନ୍ଦ୍ରାପଡ଼ା ଶ୍ରୀମଦ୍ ବାୟାବାବାଙ୍କ ଜନ୍ମଉତ୍ସବ ପାଳନ

ଶ୍ରୀମଦ୍ ବାୟାବାବାଙ୍କ ଜନ୍ମଉତ୍ସବ ପାଳନ

28

କେନ୍ଦ୍ରାପଡ଼ା, ୨୫ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ମହିପାଳ ଗ୍ରାମରେ ଥିବା ଶ୍ରୀନୃସିଂହ ଟିକିରି ମଠରେ (ବାୟାମଠରେ) ଶ୍ରୀମଦ୍ ବାୟାବାବାଙ୍କ ୧୨୪ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରାତଃରେ ମହାସ୍ନାନ, ନବୈଦ୍ୟ, ଗୋପାଳ ସହସ୍ର ନାମପାଠ, ଗୀତାପାଠ ସହିତ ବାୟାବାବାଙ୍କ ସଂକୀର୍ତ୍ତନ ବାୟାପ୍ରେମୀ ଭକ୍ତମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ମଠାଧୀଶ ବାବାଜୀ ହୃଷିକେଶ ଦାସ ମହାରାଜ ଓ ମଠର ଅନ୍ତେବାସୀ, ପରିଚାଳନା କମିଟି ସଭ୍ୟସଭ୍ୟାବୃନ୍ଦ ପରିଚାଳନା କରିଥିଲେ। କୋଭିଡ ନିୟମ ଅନୁପାଳନ ପୂର୍ବକ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାଲାଗାୟିକା ସ୍ୱର୍ଣ୍ଣପ୍ରଭା ଲେଙ୍କାଙ୍କ ଦ୍ୱାରା ନାମଜପର ମହାତ୍ମ୍ୟ ସମ୍ପର୍କରେ ଏକ ପାଲା ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.