Home କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ବଡପଣ୍ଡାଙ୍କ ପତ୍ନୀ ବିୟୋଗ

ଶ୍ରୀବଳଦେବଜୀଉଙ୍କ ବଡପଣ୍ଡାଙ୍କ ପତ୍ନୀ ବିୟୋଗ

50

କେନ୍ଦ୍ରାପଡ଼ା ୧୮ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀଉଙ୍କ ବଡପଣ୍ଡା ବାବାଜୀ ଚରଣ ପତ୍ରୀଙ୍କ ଧର୍ମପତ୍ନୀ ସାବିତ୍ରୀ ପତ୍ରୀଙ୍କର ୮୭ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ପୁତ୍ର, ପୁତ୍ରବଧୁ, ନାତି, ନାତୁଣୀ, ଅଣନାତି, ଅଣନାତୁଣୀ, ପୁତୁରା, ପୁତୁରା ବୋହୁ, ବନ୍ଧୁ, ପରିଜନ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱର୍ଗତା ପତ୍ରୀଙ୍କ ବିୟୋଗରେ ଇଛାପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଧର୍ମପରାୟଣା ମହିଳା ଥିଲେ। ଚକଡା ଗ୍ରାମ୍ୟ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ତୃତୀୟ ପୁତ୍ର ଭାଗବତ ପତ୍ରୀ ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.