Home ଓଡ଼ିଶା ଶ୍ରୀଜିଉଙ୍କର ନୂତନ ଅଳଙ୍କାର ନିର୍ମାଣ ପାଇଁ ଲାଗିବ ୫କିଲୋ ସୁନା

ଶ୍ରୀଜିଉଙ୍କର ନୂତନ ଅଳଙ୍କାର ନିର୍ମାଣ ପାଇଁ ଲାଗିବ ୫କିଲୋ ସୁନା

94

ପୁରୀ-୨୩/୧୦(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀବିଗ୍ରହଙ୍କ ଝୋବା ଶ୍ରୀମୁଖ ପଦ୍ମ ତଡକି ଆଦି ୫ଟି ବର୍ଗର ସୁବର୍ଣ୍ଣ ଅଳଙ୍କାର ନଷ୍ଟ ହୋଇଯାଇଛି। ଶହ ଶହ ବର୍ଷ ପୂର୍ବେ ଏହି ସବୁ ଅଳଙ୍କାର ନିର୍ମିତ ହୋଇଥିଲା। ନଷ୍ଟ ହୋଇଥିବା ସୁବର୍ଣ୍ଣ ଅଳଙ୍କାରଗୁଡ଼ିକୁ ନୂତନ କରି ଗଢ଼ାଯିବ। ଏଥିପାଇଁ ମୁମ୍ବାଇର ଜଣେ ଦାତା ୫କିଲୋ ସୁନା ଦାନ ଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ଦାନ ସୁନାରେ ମହାପ୍ରଭୁଙ୍କର ନୂତନ ସୁବର୍ଣ୍ଣ ଅଳଙ୍କାର ନିର୍ମାଣ ହେବ। ଅଳଙ୍କାରଗୁଡ଼ିକ ଡିଜାଇନ ମୁମ୍ବାଇ ଦାତା ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଅନୁମୋଦନ ପାଇଁ ପଠାଇଥିଲେ। ଏହାପରେ ଶ୍ରୀମନ୍ଦିର ରୂପକାର ଏବଂ ବଣିଆ ଡ଼ିଜାଇନଗୁଡ଼ିକୁ ପରଖିଥିଲେ। ଡ଼ିଜାଇନ ମହାପ୍ରଭୁଙ୍କ ମୂଳ ଅଳଙ୍କାର ଡ଼ିଜାଇନ ସହ ମେଳ ଖାଉଥିବା ରିପୋର୍ଟ ଦେଇଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ସଦସ୍ୟ ଭଣ୍ଡାର ନାୟକ, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ଦେଉଳକରଣ, ତଢ଼ାଉକରଣ, କମାଣ୍ଡର ନୀତି ପ୍ରଶାସକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ପରେ ଏହି ସଦସ୍ୟମାନେ ଡ଼ିଜାଇନକୁ ଅନୁମୋଦନ ଦେଇଛନ୍ତି। ବଣିଆ ଓ ରୂପକାର ପରଖିଥିବା ଅଳଙ୍କାର ମଧ୍ୟରେ ରହିଛି ମା’ସୁଭଦ୍ରାଙ୍କ ଦୁଇଟି ସୁବର୍ଣ୍ଣ ତଡ଼କି, ୩ଠାକୁରଙ୍କ ୬ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୧ଟି ଶ୍ରୀମୁଖ ସୁବର୍ଣ୍ଣ ପାଖୁଡ଼ା, ପ୍ରଭୁ ବଡ଼ ଠାକୁରଙ୍କ ୩୮ଟି ଶ୍ରୀମୁଖ ସୁବର୍ଣ୍ଣ ପାଖୁଡ଼ା ଏହି ରିପୋର୍ଟ ଆଧାରରେ ମହାପ୍ରଭୁଙ୍କ ସୁବର୍ଣ୍ଣ ଅଳଙ୍କାର ଡ଼ିଜାଇନଗୁଡ଼ିକୁ ଅନୁମୋଦନ ମିଳିଛି। ଅନୁମୋଦିତ ଡ଼ିଜାଇନ ଆଧାରରେ ମୁମ୍ବାଇର ସ୍ୱର୍ଣ୍ଣକାରମାନେ ମହାପ୍ରଭୁଙ୍କ ନୂତନ ଅଳଙ୍କାର ନିର୍ମାଣ କରିବେ ବୋଲି ସୂଚନା ମିଳିଛି। ଗତମାସରେ ନଷ୍ଟ ହୋଇ ଯାଇଥିବା ସୁନା ଅଳଙ୍କାରକୁ ପରଖିବାକୁ ମୁମ୍ବାଇରୁ ଦାତାଙ୍କ ସହ କାରୀଗର ଆସିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.