Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ବୈଠକରେ ଶ୍ରୀ ଗୀତଗୋବିନ୍ଦ ପୁସ୍ତକ ଉନ୍ମୋଚିତ

ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ବୈଠକରେ ଶ୍ରୀ ଗୀତଗୋବିନ୍ଦ ପୁସ୍ତକ ଉନ୍ମୋଚିତ

73

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ବୈଠକ ବିଜୟ ବେହେରାଙ୍କ ଦ୍ୱାରା ପ୍ରଦତ୍ତ ପ୍ରଚାର ସମିତିର ଅସ୍ଥାୟୀ କାର୍ଯ୍ୟାଳୟରେ ପ୍ରଚାର ସମିତିର ମୁଖ୍ୟ ପରିଚାଳକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ବେହେରାଙ୍କ ଉଦ୍ୟମରେ ରାହାସ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀବାସୁଦେବଙ୍କ ଷୋଡଷ ଉପଚାର ପୂଜା ଓ ଶ୍ରୀମଦ୍ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ଲେଖକ ବଳରାମ ମହାନ୍ତିଙ୍କ ଦ୍ୱାରା ସରଳ ଓଡ଼ିଆ ଭାବାର୍ଥ ସହ ଗୋସ୍ୱାମୀ ଜୟଦେବ କୃତ ଶ୍ରୀ ଶ୍ରୀଗୋବିନ୍ଦ ପୁସ୍ତକ ସମିତିର ମୁଖ୍ୟ ପରିଚାଳକଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସମିତିର ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ । ଶ୍ରୀଯୁକ୍ତ ମହାନ୍ତି ପୁସ୍ତକର ରଚନା ସମ୍ପର୍କରେ ମତ ରଖିଥିଲେ । ବୈଠକରେ ନାରାୟଣ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ଦେ, ପଦ୍ମଲୋଚନ ମହାପାତ୍ର, ଲକ୍ଷ୍ମୀଧର ଖଟୁଆ, ପ୍ରଫୁଲ୍ଲ କୁମାର ପରିଡା, ବିଜୟ କୁମାର ବାରିକ, ସୁଧାକର ଧନୀ, କମଳାକାନ୍ତ ମଲ୍ଳିକ, ସୁଶ୍ରୀ ତପସ୍ୱିନୀ ପାଢୀ, ସରୋଜିନୀ ଦେବୀ, ହରିହର ଦାଶ, ବିକାଶ ଚନ୍ଦ୍ର ଶତପଥୀ, ସଦାନନ୍ଦ ପାଣିଗ୍ରାହୀ, ଊଦ୍ଧବ ଚରଣ ମିଶ୍ର, ସନେଇ ଶିଅଳ, ବିଷ୍ଣୁ ମୋହନ ପଣ୍ଡା ପ୍ରମୁଖ ସେବକ ସେବିକା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.