Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ କମ୍ୟୁନିଟି ସେଂଟରର ସ୍ଥାନ ପରିବର୍ତନ ଘଟଣା, ଅଭିଯୋଗକାରୀକୁ ଆକ୍ରମଣ

ଶ୍ରୀଜଗନ୍ନାଥ କମ୍ୟୁନିଟି ସେଂଟରର ସ୍ଥାନ ପରିବର୍ତନ ଘଟଣା, ଅଭିଯୋଗକାରୀକୁ ଆକ୍ରମଣ

16

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରି ରାସ୍ତାରେ ବେଆଇନି ଭାବେ ମନ୍ଦିର କାମ ପାଇ ଆସିଥିବା ଟଙ୍କାକୁ ବିନି ଯୋଗ କରି ଏକ କମ୍ୟୁନିଟ ଘର ନିର୍ମାଣ କୁ ନେଇ ଦୁଇମାସ ହେବ ଉଭୟ ଗୋଷ୍ଟି ମଧ୍ୟରେ ବିବାଦ ସୃଷ୍ଟି ହୋଇ ଥିବା ବେଳେ ଆଜି ବଡ ଧରଣ ର ଗଣ୍ଡୋଗୋଳ ଦେଖା ଦେଇଛି।ଅଭିଯୋଗକାରୀ ଜଣେ ୭୨ ବର୍ଷ ର ରଘୁନାଥ ଦାସ ଙ୍କୁ ଆକ୍ରମଣକୁ ନେଇ ଉତେଜନା ପରିସ୍ଥିତି ସୃଷ୍ଟି ଦେଖା ଦେଇଛି। ପ୍ରକାଶ ଥାଉକି ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ଅଧିନ ପଳିକିରି ସାହୁସାହି ଶ୍ରୀ ଜଗନ୍ନାଥ କମ୍ୟୁନିଟି ସେଂଟରର ମରାମତି ଓ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ତିନି ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ସେହି କାମକୁ ଗୋଟିଏ ଗୋଷ୍ଠି ଏକ ସରକାରୀ ରାସ୍ତା ନିକଟରେ ଏକ ଗୃହନିର୍ମାଣ କୁ କେନ୍ଦ୍ର କରି ବିବାଦ ଦେଖା ଦେଇଥିଲା । ଆଜି ସେହି ଘର ର ଛାତ ପକାଇବା ପାଇ ପ୍ରସ୍ତୁତି ହେଉଥିବା ବେଳେ ଅଭିଯୋଗ କାରି ରଘୁନାଥ ଦାସ ଙ୍କୁ ସେହି ଗ୍ରାମର ବିଶ୍ୱନି ସାହୁ ଓ ଦେବବ୍ରତ ସାହୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ।ଫଳରେ ଶ୍ରୀ ଦାସ ଗୁରୁତର ହୋଇ ଧାମନଗର ପରେ ଭଦ୍ରକ ଡ଼ାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଥାଉକି ଉକ୍ତ ସ୍ଥାନ ରେ ବେଆଇନି ଭାବେ ଉକ୍ତ ଗୃହ ନିର୍ମାଣ ପାଇଁ ଦୁଇ ମାସ ହେବ ଜିଲ୍ଲାପାଳ,ଉପଜିଲ୍ଲାପାଳ ,ଧାମନଗର ତହସିଲ ଓ ଥାନା ରେ ଅଭିଯୋଗ କରା ଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।ସୂଚନା ଅନୁଯାୟୀ ଗ୍ରାମବାସୀଙ୍କ କହିବା କଥା ଠାକୁର ଘରର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆସିଛି ସେହି ସ୍ଥାନରେ ଖର୍ଚ୍ଚ ହେଉ ନୂତନ ତଥା ରାସ୍ତା ଉପରେ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ ମାତ୍ର ପ୍ରଶାସନ ଜାଣି ସୁଣି ଏପରି ଗଣ୍ଡଗୋଳ କରିବାକୁ ସୁଯୋଗ ଦେଉଛି। ଧାମନଗର ତହସିଲ ର ଭାରପ୍ରାପ୍ତ ତହସିଲଦାର ସାଇ ସିଲୋନା କୁହନ୍ତି ସେ ଠାରେ କାମ ବନ୍ଦ ପାଇଁ ଧାମନଗର ବିଡିଓ ଙ୍କୁ ଚିଠି ନମ୍ବର ୨୦୮୫/୨୫ ରେ ଚିଠି କରିଚି। ତେବେ ଏ ନେଇ ଉପଜିଲ୍ଲାପାଳ ଙ୍କ ସହ ଆଲୋଚନା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ତହସିଲଦାର କହିଛନ୍ତି। ଯଦି ଉକ୍ତ ଘଟଣା କୁ ପ୍ରଶାସନ ଗୁରୁତର ସହ ହସ୍ତକ୍ଷେପ ନ କରେ ଆଗକୁ ବଡ ଧରଣ ର ଗଣ୍ଡଗୋଳ କୁ ଏଡାଇ ଦିଆଯାଇନପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.