Home ଜିଲ୍ଲା ପରିକ୍ରମା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଓ ବଳିଦାନ ଦିବସ ପାଳିତ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଓ ବଳିଦାନ ଦିବସ ପାଳିତ

23

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ହିନ୍ଦୁ ପରିଷଦ, ଗାନ୍ଧୀ ପଡ଼ିଆ ସତସଙ୍ଗ ପକ୍ଷରୁ ଭଗବାନ୍ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଗାନ୍ଧୀ ପଡ଼ିଆ କାର୍ଯ୍ୟାଳୟ ପରିସରରେ ଯଜ୍ଞ କାର୍ଯ୍ୟ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସୀତାରାମ କଲ୍ୟାଣ ମଣ୍ଡପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ଅଗଣୀ ମିଶ୍ର, ବିଶିଷ୍ଟ କଥାକାର ତଥା ସନାତନ ସଂସ୍କୃତିର ପ୍ରଚାରକ ସ୍ୱାମୀ ମୁକୁନ୍ଦକ୍ରୀଷ୍ଣନନ୍ଦଜୀ ମହାରାଜ, ବରିଷ୍ଠ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ରାଉତ, ପୂର୍ବତନ କାର୍ଯ୍ୟକାରୀ ସଭାପତି ରାମ ଚନ୍ଦ୍ର ପଣ୍ଡା ଏବଂ ନଗର ସଭାପତି ସୁବାସ ମିଶ୍ର ମଂଚାସିନ ଥିଲେ। ସ୍ୱାମୀଜୀ ତାଙ୍କ ମାର୍ଗଦର୍ଶନରେ ସନାତନ ସଂସ୍କୃତି ଓ ପରମ୍ପରା ପ୍ରତି ପ୍ରତ୍ୟେକ ହିନ୍ଦୁ ବ୍ରତୀ ରହିବା ଆବଶ୍ୟକ ବୋଲି କଥା ରଖିଥିଲେ ସେଇଭଳି ଶ୍ରୀଯୁକ୍ତ ମିଶ୍ର ସତସଙ୍ଗ ଜରିଆରେ ସସକ୍ତ ସଙ୍ଗଠନ ନିର୍ମାଣ ହୁଏ ଏବଂ ସଙ୍ଗଠନ ଦ୍ୱାରା ହିନ୍ଦୁ ସମାଜର ଏକତା ବଜାୟ ରହିବ ବୋଲି କହିଥିଲେ। ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ହିନ୍ଦୁ ସମାଜ ପ୍ରତି ରହିଥିବା ଅତୁଳନୀୟ ଅବଦାନ ଏବଂ ବିଶ୍ୱ ହିନ୍ଦୁ ପରିଷଦର ଗଠନ ପରେ ହିନ୍ଦୁ ସମାଜର ନାନାଦି ସେବା କାର୍ଯ୍ୟ ଉପରେ ବକ୍ତାମାନେ ମତ ରଖିଥିଲେ । ଏହି ଅବସରରେ ବିଭିନ୍ନ ସାହି ବସ୍ତିରୁ ଆସିଥିବା ୫୦ ରୁ ଉର୍ଦ୍ଧ୍ୱ ସାହି ମୁଖିଆ ଏବଂ ୨୦ ରୁ ଉର୍ଦ୍ଧ୍ୱ ସାମାଜିକ ସଂଗଠନର ପ୍ରମୁଖ ବ୍ୟକ୍ତିଙ୍କୁ ପରିଷଦ ତରଫରୁ ଉତୋରୀୟ ଓ ମାଆ ପାଇଁ ଗଛଟିଏ (ବୃକ୍ଷ ଦାନ) କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପ୍ରତିଷ୍ଠା ଦିବସରେ ସତସଙ୍ଗ କେନ୍ଦ୍ରର ସମସ୍ତ ସଦସ୍ୟଙ୍କ ସହ ପ୍ରାୟ ଦୁଇ ଶହ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.